ସରପଞ୍ଚ ଙ୍କୁ ନାଲି ଆଖି ଦେଖାଇଲେ ବି ଡି ଓ , କାର୍ଯ୍ୟାନୁଷ୍ଠାନର ଚେତାବନୀ
ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କୁ ନେଇ ବ୍ଲକ ପ୍ରଶାସନ ଓ ଗୋପାଳପୁର ଶାସନ ସରପଞ୍ଚଙ୍କ ମଧ୍ୟ ରେ ବିବାଦ ଦେଖାଦେଇଛି। ଗତ କିଛି ଦିନ ହେଲା ଏହି ବିବାଦ ଲାଗି ରହିଥିବା ବେଳେ କୌଣସି ସମାଧାନ ବାହାରିନି। ସୋରଡା ବ୍ଲକ ଉନ୍ନୟନ ଅଧିକାରୀ ନିଜ ର ପତିଆରା ଦେଖେଇବାକୁ ଯାଇ ଶେଷ ରେ ସରପଞ୍ଚ ଦେବରାଜ ମଲିକ ଙ୍କୁ ଗୋଟିଏ ଦିନ ମଧ୍ୟ ରେ ସମସ୍ତ ତଥ୍ୟ ଦାଖଲ ନକରିଲେ ସରକାରୀ ନିୟମ ପ୍ରକାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଖୋଲା ଖୋଲି ଚିଠି ମାଧ୍ୟମ ରେ ଚେତାବନୀ ଦେଇଛନ୍ତି। ଫଳରେ ସରପଞ୍ଚ ଓ ବି ଡି ଓ ଙ୍କ ମଧ୍ୟ ରେ ବିବାଦ ଦେଖାଦେଇଛି। ମିଳିଥିବା ସୂଚନା ପ୍ରକାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଁ ସୋରଡା ବ୍ଲକ ଅନ୍ତର୍ଗତ ଗୋପାଳପୁର ଶାସନ ପଞ୍ଚାୟତ ରେ ଆବାସ ଯୋଜନା ପାଇଁ ହିତାଧିକାରି ଚୟନ ପ୍ରକ୍ରିୟା ରେ ଅସନ୍ତୋଷ ପ୍ରକାଶ କରି ଗ୍ରାମସଭା ଡକାଇଆଲୋଚନା କରଯାଇଥିଲା। ହେଲେ ସମାଧାନ ବାହାରି ପାରିଲା ନାହି। ଶତାଧିକ ହିତାଧିକାରୀ ଭିଡ ଜମାଇବା ସହ ଆବାସ ଯୋଜନା ପାଇଁ ଦାବି କରିଥିଲେ। ଉଭୟ ଦଳ ର ଲୋକେ ପରସ୍ପର ଉପରେ ଦୋସ ଲଦିବା ଆରମ୍ଭ କରିଥିଲେ। ଉପଯୁକ୍ତ ହିତାଧିକାରୀ ଚୟନ ପ୍ରକ୍ରିୟା ରେ ସ୍ଵଛତା ଗ୍ରହଣ କରାଯାଇନଥିବା ଅଭିଯୋଗ କରିଥିଲେ ସରପଞ୍ଚ ଦେବରାଜ ମଲିକ। ପ୍ରକୃତ ହିତାଧିକାରୀ ଚୟନ ପ୍ରକ୍ରିୟା ରେ ସରପଞ୍ଚ ଙ୍କୁ ସାମିଲ କରାଯାଇନଥିବା ଅଭିଯୋଗ କରିଛନ୍ତି ସରପଞ୍ଚ। ହୋଇଥିଲା । ଏପରିକି ପଞ୍ଚାଯତ ସଂପ୍ରସାରଣ ଅଧିକାରୀ ନିଜ ମନମୁତାବକ ହିତାଧିକାରୀ ଚୟନ କରିଥିବା ବେଳେ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇଥିବା ଏବେ ଅଭିଯୋଗ ହେଉଛି। ସବୁଠାରୁ ବିଡମ୍ବନା ଯେ ଗ୍ରାମସଭା ଅଧାରୁ ପଞ୍ଚାୟତ ସପ୍ରସାରଣ ଅଧିକାରୀ ସଭା ଛାଡି ଚାଲିଯାଇଥିଲେ । ଫଳରେ ଆବଶ୍ୟକନିଷ୍ପତି ହୋଇପାରିନଥିଲା। ସଭା ଅଧାରୁ ବନ୍ଦ ହେଇଯିବା ଯୋଗୁଁ ନିର୍ଧାରଣ ମଧ୍ୟ ହୋଇପାରିନଥିଲା। ଶେଷରେ ନିର୍ଧାରଣ ବହି ଦାଖଲ କରିବା ରେ ଅସମର୍ଥ ପ୍ରକାଶ କରିଥିଲେ ସରପଞ୍ଚ। ପି ଓଇ ଓ ଙ୍କ ଠାରୁ କୌଣସି ଲିଖିତ ଅଭିଯୋଗ ପାଇନଥିଲେ ସୁଧା ସୋରଡା ବି ଡି ଓ ସରପଞ୍ଚ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ର ଚେତାବନୀ ଦେଇଥିଲେ। ଏହା କୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ସରପଞ୍ଚ ଙ୍କ କହିବା ହେଲା ବି ଡି ଓ କୌଣସି ଲିଖିତ ଅଭିଯୋଗ ନା ପାଇ କିପରି ସିଧା ମୋ ପାଖକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଲେ, ଚିଠି ଲେଖିବା ପୂର୍ବ ରୁ ସେ ପି ଇ ଓ ଙ୍କ ଠାରୁ ଲିଖିତ ପ୍ରମାଣ ଗ୍ରହଣ କରିବା କଥା ଏବଂ ଯଦି ଗ୍ରାମ ସଭା ହିଁ ଅଧାରୁ ବନ୍ଦ ହୋଇଯାଇଛି ତେବେ କିପରି ବୈଠକ ସଫଳ ହୋଇଛି ବୋଲି ଲେଖିକି ଦିଆଯିବ ବୋଲି ଏବେ ସରପଞ୍ଚ ଅଭି ଯୋଗ କରିଛନ୍ତି। ଏହା ର ପ୍ରତିଉତର ରେ ଗୋପାଳପୁର ଶାସନ ସରପଞ୍ଚ ଲିଖିତ ଅଭିଯୋଗ ବି ଡି ଓ ଙ୍କ ନାମ ରେ ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଗ୍ରାମ ଉନ୍ନୟନ ସଂସ୍ଥା ଗଞ୍ଜାମ, ସଚିବ ପଞ୍ଚାୟତରାଜ ବିଭାଗ, ଦକ୍ଷିଣାଚଳ ରାଜସ୍ୱ କମିଶନର ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟ କୁ ଲିଖିତ ଅଭିଯୋଗ ଦେଇଛନ୍ତି ଯେଉଁଥିରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ମନମୁଖୀ କାର୍ଯ୍ୟ କରିବା ନିଜ ମନମୁତାବକ ହିତାଧିକାରୀ ଚୟନ କରିବା ଓ ଗ୍ରାମସଭା ଅଧାରୁ ବନ୍ଦ ହୋଇଥିଲେ ମଧ୍ୟ ବି ଡି ଓ ଗ୍ରାମସଭା ର ନିଷ୍ପତି ପ୍ରଦାନ କରିବା ପାଇଁ ବାଧ୍ୟ କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରକୃତ ହିତାଧିକାରୀ ଚୟନ ପାଇଁ ଆବଶ୍ୟକ ତଦନ୍ତ ପ୍ରକ୍ରିୟା ଗ୍ରହଣ କରିବା କୁ ଦାବି କରିଛନ୍ତି।