ସରପଞ୍ଚ ଙ୍କ ଇସ୍ତଫା ପରେ ରଘୁନାଥପୁର ବିଜେଡି ରେ ହଟଚମଟ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ରଘୁନାଥପୁର ବ୍ଲକ ର ଶାସକ ବିଜେଡି ଦଳର ଜଣେ ପୁରୁଖା ନେତା ତଥା ଚିକିଣିଆଁ ପଞ୍ଚାୟତ ର ସରପଂଚ ବିଷ୍ଣୁ ଚରଣ ସେଠୀ ତାଙ୍କ ସରପଂଚ ପଦବୀରୁ ଦୁଇ ଦିନ ତଳେ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ର ସେ ତିର୍ତ୍ତୋଲ ବିଧାୟକ ଓ ଜିଲ୍ଲା ବିଜେଡି ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କୁ ଦେଇଥିବାର ସୂଚନା ରହିଛି। ରଘୁନାଥପୁର ବ୍ଲକ ପ୍ରଶାସନ ର ମନମୁଖୀ ନୀତି ରେ ସେ ଅଣନିଶ୍ୱାସୀ ହୋଇଯାଇଛନ୍ତି। ସରପଂଚ ପଦବୀରେ ରହି ତାଙ୍କ ର କାର୍ଯ୍ୟ କରିବାରେ ଆଉ ଧର୍ଯ୍ୟ ନାହିଁ ତେଣୁ ସରପଂଚ ରହି ମାନସିକ ଯନ୍ତ୍ରଣା ଭୋଗିବା ଅପେକ୍ଷା ଇସ୍ତଫା ଦେବାକୁ ସେ ଶ୍ରେୟସ୍କର ମନେ କରିଛନ୍ତି। ତାଙ୍କ ପଞ୍ଚାୟତ ପ୍ରତି ହୋଇଥିବା ଅନ୍ଯାୟ ଓ ବ୍ଲକ ର ମେରୀ ରାୟ ଶାସନ ର କିଛି କିଛି ଉଦାହରଣ ସେ ତାଙ୍କ ୪ ପ୍ରୁଷ୍ଠା ସମ୍ବଳିତ ଇସ୍ତଫା ପତ୍ର ରେ ଦର୍ଶାଇଛନ୍ତି। ବ୍ଲକ ପ୍ରଶାସନ ଦ୍ବାରା ଏକ ପ୍ରକାର ଏକଘରିଆ ହେବା କୁ ନେଇ ସେ ପୂର୍ବରୁ ଶ୍ରୀ ସେଠୀ ଜିଲ୍ଲାପାଳ ଏବଂ ମୁଖ୍ଯମନ୍ତ୍ରୀ ଙ୍କ ଅଭିେଯାଗ ପ୍ରକୋଷ୍ଠ ର ଦ୍ରୁଷ୍ଟି ଆକର୍ଷଣ କରିଥିଲେ। ତଥାପି ତାଙ୍କ ର ଅଭିଯୋଗ ଉପରେ ତଦନ୍ତ କରାଗଲା ନାହିଁ। ଏହାକୁ ନେଇ ଆଜି ରଘୁନାଥପୁର ବ୍ଲକ ର ୧୦ ରୁ ଉର୍ଦ୍ଧ୍ବ ସରପଂଚ ଏକ ବୌଠକ ମଧ୍ଯ ହେବାର ସୂଚନା ରହିଛି । ବ୍ଲକ ବିଜେଡି ସଭାପତି ହିଁ ବ୍ଲକ ପ୍ରଶାସନ କୁ ହାତରେ ରଖି ସରପଂଚ ଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଏବଂ ସେହି ସଭାପତି ଙ୍କ ଉପରେ ଜଣେ ନାରୀ ନେତ୍ରୀ ଙ୍କ ହାତ ରହିଛି ସେହି ନେତ୍ରୀ ଜଣଙ୍କ ଏବେ ବିଧାୟକ ଟିକେଟ୍ ଆଶାୟୀ ଥିବାରୁ ତାଙ୍କ ରି ଇସାରାରେ ବ୍ଲକ ସଭାପତି ବ୍ଲକ ରେ ଯେଉଁ ଜନପ୍ରତିନିଧି ମାନେ ତାଙ୍କ ସମର୍ଥିତ ନୁହଁନ୍ତି ସେମାନଙ୍କୁ ଏପରି ହଇରାଣ ହରକତ କରୁଥିବା ର ବୋଲି ସାଧାରଣ ରେ ଆଲୋଚନା ହେଉଛି। ଉକ୍ତ ଘଟଣା ଟି ରଘୁନାଥପୁର ରାଜନୀତି ରେ ହଟଚମଟ ସ୍ରୁଷ୍ଟି କରିଛି । ସିଧାସଳଖ ବ୍ଲକ ବିଜେଡି ସଭାପତି ଙ୍କୁ ଟାର୍ଗେଟ କରାଯିବା କୁ ନେଇ ବିଜେଡି ମଧ୍ଯ ରେ ଏବେ ଗୋଷ୍ଠୀ କନ୍ଦଳ ତୀବ୍ରରୂପ ଧାରଣା କରିବା ସହିତ ଆଗାମୀ ଦିନରେ ବିଜେଡି ର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇପାରନ୍ତି ବୋଲି ବିଜେଡି କର୍ମୀ ଙ୍କ ଭିତରେ ଚାପା ଗୁଞ୍ଜରଣ ସ୍ରୁଷ୍ଟି ହୋଇଛି। ବିଶ୍ବସ୍ତ ସୂତ୍ର ରୁ ପ୍ରକାଶ ସରପଂଚ ଶ୍ରୀ ସେଠୀ କିଛି ଦିନ ତଳେ ବିଜେଡି ର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଭେଟି ତାଙ୍କ ସମସ୍ଯା ବିଷୟରେ ଅବଗତ କରାଇଛନ୍ତି।