ସରପଞ୍ଚ ଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ,୫ ଟି ସଚିବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟରେ କରୋନା ସଂକ୍ରମଣ ସଙ୍ଗୀନ ସ୍ଥିତିରେ ରହିଛି। ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ଦ୍ଵିତୀୟ ସଂକ୍ରମଣ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ତା ପଛକୁ ରହିଛି।ପୂର୍ବରୁ ଗଞ୍ଜାମ ଜିଲ୍ଲା ସଂକ୍ରମଣ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ରାଜ୍ୟ ସରକାର ଏହି ଜିଲ୍ଲାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେଏବଂ ଫୋକସ ରେ ରଖି ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରି ବହୁ ପଦକ୍ଷେପ ଗ୍ରହଣ କରିଥିଲେ।ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସୋମବାର କୋଭିଡ ପରିଚାଳନା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚ ମାନଙ୍କ ସହ ଭିଡ଼ିଓ କନ ଫେରେନ୍ସି ଜରିଆରେ ଆଲୋଚନା କରିଛନ୍ତି।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହିଞ୍ଜିଳି ବ୍ଳକ କାର୍ଯ୍ୟାଳୟର ସଭାକକ୍ଷରେ ଭିଡ଼ିଓ କନଫେରେନ୍ସି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ହିଞ୍ଜିଳି ବ୍ଳକ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଏବଂ ସରପଞ୍ଚ ସହ କୋଭିଡ ପରିଚାଳନା ନେଇ ଆଲୋଚନା କରିଥିଲେ।ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସଚିବ ସରପଞ୍ଚ ମାନଙ୍କ ସହ କୋଭିଡ ମୁକାବିଲା କ୍ଷେତ୍ରରେ ଗ୍ରହଣ କରିଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବ ବଡ଼ଖଣ୍ଡି ସରପଞ୍ଚ କେ ଦୁର୍ଗା ପ୍ରସାଦ ରାଓଙ୍କ ସହ ଆଲୋଚନା କରିଥିଲେ।ଏହି ସମୟରେ ସରପଞ୍ଚ ରାଓ କୋଭିଡ କେୟାର ହୋମ ଏବଂ ସେଣ୍ଟରରେ କରୋନା ସଂକ୍ରମିତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯାଉଥିବା ନେଇ ଅବଗତ କରାଇଥିଲେ। ହିଞ୍ଜିଳିରେ କୋଭିଡ ମୁକାବିଲା କ୍ଷେତ୍ରରେ ସରପଞ୍ଚ ମାନଙ୍କ ଭୂମିକା ଏବଂ ସହଯୋଗ ପାଇଁ ଖୁସି ବ୍ୟକ୍ତ କରି ସେମାନଙ୍କୁ ଉତ୍ସାହିତ ଏବଂ ପ୍ରଶଂସା କରିଥିଲେ।ଏହା ସହିତ ସରପଞ୍ଚ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲା ଙ୍ଗେ ଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସରପଞ୍ଚ ମାନେ ଆଗକୁ ଏଭଳି ସହଯୋଗ ଜାରି ରଖି କୋଭିଡ ମୁକାବିଲା କରିବା ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ବେଶ ପ୍ରଶଂସା କରିଥିଲେ।ଏବି ବୈଠକରେ ମାଧୁରୀ ପାଣିଗ୍ରାହୀ, ଗୌରୀ ସାହୁ, ରଘୁନାଥ ବେହେରା, ପ୍ରତିମା ବେହେରା, ଲିଲିମାଳା ପ୍ରଧାନ,ମନୋଜ କୁମାର ସାବତ, ଏ ସୁଦର୍ଶନ, ଲକ୍ଷ୍ମଣ ଗୌଡ଼ଙ୍କ ସମେତ ବହୁ ସରପଞ୍ଚ ଉପସ୍ଥିତ ଥିଲେ।


