ସରପଞ୍ଚ ଙ୍କ ସ୍ବାମୀ ଙ୍କ ନାମରେ ମାମଲା ରୁଜୁ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଧୁମାଳୋ ପଞ୍ଚାୟତ ର ପ୍ରୟାଗ ଆଞ୍ଚଳିକ ମହିଳା ମଞ୍ଚ ରେ ସି ଆର ପି ଭାବେ କାର୍ଯ୍ୟ କରୁଥିବା ସ୍ୱାଗତିକା ବାରିକ ଙ୍କୁ ଧୁମାଳୋ ପଞ୍ଚାୟତ ର ସରପଞ୍ଚ ମୋନାଲିସା ସିଂ ଙ୍କ ସ୍ବାମୀ ଅଭିମନ୍ୟୁ ସିଂ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା ସହିତ ତାଙ୍କୁ ମାରି ନଈ ରେ ଭସାଇ ଦେବାକୁ ଧମକ ଦେଇଥିଲେ ବୋଲି ଶ୍ରୀମତୀ ବାରିକ ନୟାହାଟ ଫାଣ୍ଡି ପୋଲିସ ରେ ଲିଖିତ ଅଭିଯୋଗ କରିଥିଲେ। ଫାଣ୍ଡି ପୋଲିସ ଘଟଣା ର ତଦନ୍ତ କରି ସରପଞ୍ଚ ଙ୍କ ସ୍ବାମୀ ଅଭିଯୁକ୍ତ ଅଭିମନ୍ୟୁ ସିଂ ଙ୍କ ନାମରେ ଦଫା ୩୪୧/୨୯୪/୫୦୬ ରେ ଏକ ମାମଲା ରୁଜୁ କରିଛି। ତାଙ୍କୁ ତୁରନ୍ତ ଗିରଫ କରିବାକୁ ମହିଳା ସଂଘ ର ୩୦ ରୁ ଉର୍ଦ୍ଧ୍ବ ସଭ୍ୟା ପୁରୀ ଜିଲ୍ଲା ଏସ ପି ଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଏହି ଅଭିଯୋଗ କୁ ଭଣ୍ଡୁର କରିବା ପାଇଁ ମିଲ୍ଲୀ କାଣ୍ଡି ନାମକ ଜଣେ ମହିଳା ନୟାହାଟ ଫାଣ୍ଡି ପୋଲିସ ରେ ଆଉ ଏକ ଅଭିଯୋଗ କରିଥିଲେ। ତେବେ ଆଜି ଉକ୍ତ ମହିଳା ମିଲ୍ଳୀ କାଣ୍ଡୀ ସେ କରିଥିବା ଅଭିଯୋଗ ମିଥ୍ୟା,କପଳୋକଳ୍ପିତ ବୋଲି ଏକ ସତ୍ୟପାଠ ପୋଲିସ ନିକଟରେ ଦାଖଲ କରି ତାଙ୍କ ଅଭିଯୋଗ କୁ ଖାରଜ କରିବାକୁ ପୋଲିସ ନିକଟରେ ଆଉ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଯାହାକୁ ନେଇ ଏବେ ନୟାହାଟ ଅଞ୍ଚଳ ରେ ବେଶ ଚର୍ଚ୍ଚା ହେଉଛି। ଏ ସମ୍ପର୍କ ରେ ନିମାପଡ଼ା ଏସ ଡି ପି ଓ ପ୍ରଭାତ କୁମାର ମଲ୍ଲିକ ଙ୍କୁ ପଚାରିବାରେ ସେ କହିଥିଲେ ମହିଳା ସଂଘ ର ସି ଆର ପି ଙ୍କ ଅଭିଯୋଗ କ୍ରମେ ସରପଞ୍ଚ ଙ୍କ ସ୍ବାମୀ ଙ୍କ ନାମ ରେ ଏକ ମାମଲା ରୁଜୁ ହୋଇଛି। ଗୋପ ଥାନା କେଶ ନଂ ୮୪/୨୪।ଆଉ ଅନ୍ୟ ଜଣେ ମହିଳା ଯେଉଁ ଅଭିଯୋଗ କରିଥିଲେ ତାହାକୁ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଛନ୍ତି। ସମସ୍ତ ଘଟଣା ର ତଦନ୍ତ କରାଯାଉଛି।