ସରପଞ୍ଚ ପାଇଁ ସଂଗ୍ରାମ ଓ ସମିତି ସଭ୍ୟ ପାଇଁ ବିଶ୍ୱଭାରତୀ ନାମାଙ୍କନ ପତ୍ର ଦାଖଲ କଲେ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିବସ ଥିଲା । ଏପରିପେକ୍ଷୀରେ ଗୁରବାର ବନ୍ତ ବ୍ଲକ ଟିଲୋ ପଞ୍ଚାୟତର ସିପିଆଇ ଓ କଂଗ୍ରେସର ଅଘୋଷିତ ମେଣ୍ଟ ପକ୍ଷରୁ ସରପଞ୍ଚ ପଦବୀ ପାଇଁ ସମାଜସେବୀ ତଥା ଆଇନଜୀବି ସଂଗ୍ରାମ କେଶରୀ ଜେନା ଓ ସମିିତି ସଭ୍ୟ ପଦବୀ ପାଇଁ ବିଶ୍ୱଭାରତୀ ଶର୍ମା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗ୍ରାମଦେବତୀଙ୍କ ଠାରୁ ପୂଜାପାଠ କରିବା ପରେ ଗଡଚଣ୍ଡୀ ଜାଗୁଳାଇ ପୀଠ ଠାରୁ ସାଥୀସମର୍ଥକଙ୍କ ଗହଣରେ କୋଭିଡ୍ ନିୟମକୁ ପାଳନ କରି ଦୁଇ ପ୍ରାର୍ଥୀ ଶୋଭାଯାତ୍ରାରେ ଯାଇ ପଞ୍ଚାୟତ ଓ ବ୍ଲକରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ବେଳେ ସମାଜସେବୀ ଇଂ.ଲକି ମାଷ୍ଟର ସ୍ୱାଇଁ, ସିପିଆଇ ଜୋନ୍ ସଂପାଦକ ରମେଶ ଜେନା, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ହରମୋହନ ବେହେରା, ପଞ୍ଚାୟତ କଂଗ୍ରେସ ସଭାପତି ସୁଧାଂଶୁ ନାୟକ, ସିପିଆଇ ଶାଖା ସଂପାଦକ ବିଷ୍ଣୁ ଚରଣ ଜେନା, ବସନ୍ତ କର, ରମାକାନ୍ତ ପାଣିଗ୍ରାହୀ, ପ୍ରଦୀପ ପଢିଆରୀ, ୱାର୍ଡ ସଭ୍ୟ ସଞ୍ଜୟ ସାମଲ, ଅମର ଜେନା, ସୁରେନ୍ଦ୍ର ନାୟକ, ନାରାୟଣ ଚନ୍ଦ୍ର ଜେନା, କୃଷ୍ଣ ଚନ୍ଦ୍ର ଜେନା, ଦେବେନ୍ଦ୍ର ସାହୁ, ନବଘନ ରାଜ, ଗଦାଧର ସାହୁ, ସୁଧାକର କଅଁର, ଚଗୁଲୁ ପୃଷ୍ଟି, କାଳିଆ ବରାଳଙ୍କ ସମେତ ବହୁ ସାଥୀ ସମର୍ଥକ ଉପସ୍ଥିତ ଥିଲେ ।