ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତ୍ତନ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ
ହିଞ୍ଜିଳିକାଟୁ, ( ଶେଷଦେବ ସାହୁସାହୁ) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ହିଞ୍ଜିଳି ବ୍ଳକରେ ରାଜନୈତିକ ଉଷ୍ମତା ଜାରୀ ରହିଛି । ବିଭିନ୍ନ ପଞ୍ଚାୟତରେ ନୂଆଁ ନୁଆଁ ମୁହଁଙ୍କ ଆର୍ବିଭାବ ଦେଖା ଦେଇଥିବା ବେଳେ କିଛି ପୁରୁଖା ନେତାଙ୍କ ରାଜନୈତିକ ସ୍ଥିତି ସୁଦୃଢ କରିବା ପାଇଁ ପ୍ରୟାସ ଜାରୀ ରହିଛି । ଗତ ପଞ୍ଚାୟତ ନିର୍ବାଚନରେ ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ କରି ପଞ୍ଚାୟତବାସୀଙ୍କ ହୃଦୟ ଜିଣିଥିବା ଜନନେତା ଚଳିତ ଥର ବିକାଶକୁ ପାଥେୟ କରି ପୁଣି ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବା ପାଇଁ ଗୁରୁବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହିଞ୍ଜିଳି ବ୍ଳକର ଅନ୍ୟ ଏକ ଗୁରୁତ୍ୱପୁର୍ଣ୍ଣ ଦୁର୍ବନ୍ଧ ପଞ୍ଚାୟତର ଯୁବ ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ରାମହରି ଶର୍ମା ସଂପୃକ୍ତ ପଞ୍ଚାୟତର ସରପଞ୍ଚ ପଦବୀ ସକାଶେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ଦୁର୍ବନ୍ଧ ପଞ୍ଚାୟତର ଖାଜ୍ଜିପଲ୍ଲୀ, ଗୋଦରାପଲ୍ଲୀ ଆଦି ଗ୍ରମାଞ୍ଚଳରେ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଲୋକଙ୍କ ପ୍ରିୟପାତ୍ର ଥିବା ରାମହରି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ଦୁର୍ବନ୍ଧ ସେବା ସମବାୟ ସମିତିର ପୂର୍ବତନ ସଭାପତି ଭାବେ ଦକ୍ଷତାର ସହିତ ଦାୟିତ୍ୱ ନିଭାଇଥିବା ଆଶାୟୀ ସରପଂଚ ପ୍ରାର୍ଥୀ ବିଭିନ୍ନ ଅତ୍ୟାବଶ୍ୟକ ସମୟରେ ଲୋକଙ୍କ ଦୁଃଖ ଓ ସୁଖରେ ସହଭାଗୀ ହୋଇ ସାମାଜିକ, ସାଂସ୍କୃତିକ ଓ ଗ୍ରାମ୍ୟ ଉନ୍ନତି ସକାଶେ ଦୀର୍ଘ ବର୍ଷ ଧରି ଉଦ୍ୟମ ଜାରୀ ରଖିଛନ୍ତି ।