ସରପଞ୍ଚ ସେକ୍ସ ର‌୍ୟାକେଟ୍ ଚଳାଉଥିବା ଅଭିଯୋଗରେ ଘେରିଲେ ଗ୍ରାମବାସୀ

ଜଗନ୍ନାଥ ପ୍ରସାଦ, ( ସନ୍ତୋଷ କୁମାର ଜେନା): ଜଗନ୍ନାଥ ପ୍ରସାଦ ବ୍ଲକ ରାଉତି ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ଵାମୀ ରାଜା ସେନାପତି, ଜଗନ୍ନାଥ ପାଟଣା ଗ୍ରାମରେ ସେକ୍ସ କାରବାର କରାଉଥିବା ନେଇ ଗ୍ରାମବାସୀମାନେ ତୀବ୍ର ପ୍ରତିକ୍ରିୟା ଆଣିଛନ୍ତି । ଗ୍ରାମ ବାସିନ୍ଦାଙ୍କ କହିବା ଅନୁଯାୟୀ କିଛି ଦିନ ହେବ ରାଜା ସେନାପତି ଚାରିକୋଣିଆ ଗ୍ରାମରେ ରହୁଥିବା ସତ୍ତ୍ୱେ ଆଉ ଏକ ଘର ଜଗନ୍ନାଥ ପାଟଣାରେ ଅଛି । ସେହି ଘରେ କିଛି ଯୁବକ ଓ ଯୁବତିକୁ ଆଣି ଅଶ୍ଳୀଳ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା ।ଏଣୁ ଏହାକୁ ଧରିବା ପାଇଁ ଗ୍ରାମର କିଛି ଜୁବକ ଘରର ଦୁଆରେ ଚାବି ପକାଇ ଦେଇଥିଲେ ।ଏହି ଖବର ରାଜା ସେନାପତି ଜାଣି ଘରର ଚାବି ଖୋଲି ସେମାନଙ୍କୁ ଫେରାର କରିଦେଇ ଥିଲେ । ଏହି ବିଷୟରେ ପଚାରିବା ଲାଗି ଗ୍ରାମ ବାସୀ ଜାଇ ରାଜା ସେନାପତିଙ୍କ ବାସଭବନରେ । କିନ୍ତୁ ସରପଞ୍ଚଙ୍କ ସ୍ଵାମୀ ରାଜା ସେନାପତି ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାସାରେ ଗାଳିଗୁଲଜ କରିବା ସହ ଠେଙ୍ଗା ଉଠାଇ ବାଡ଼େଇବା ପାଇ ଆସିଥିଲେ । ମୁଁ ସରପଞ୍ଚ ମୋର କିଛି କରିପାରିବନି କହିଥିଲେ । ଏହି ଖବର ପାଇବା ପରେ କିଛି ବୁଦ୍ଧିଜୀବୀ ଘୋର ନିନ୍ଦା ପ୍ରକାଶ କରିଛନ୍ତି ଓ ସାଧାରଣ ଲୋକଙ୍କ ପ୍ରଶ୍ନ ସରପଞ୍ଚଙ୍କ କ୍ଷମତାର ଅଉପଜୋଗ କରୁଛନ୍ତିକି ସେ । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ଗ୍ରାମ ବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ