ସରପଞ୍ଚ ହେବତ ଏମିତି, ନିର୍ବାଚନ ସମୟରେ କଥାଦେଇ କଥା ରଖିଲେ ସରପଞ୍ଚ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲଡ଼ ଅଧିନସ୍ଥ ଛିଳପା ପଞ୍ଚାୟତ ଯୁବ ସରପଞ୍ଚ ଵିଭୁଦତ୍ତ ପ୍ରଧାନୀ ନିର୍ବାଚନ ସମୟରେ ଭୋଟ ମାଗିବା ପାଇଁ ଆସିଥିବା ସମୟରେ ଲୋକେ ତାଙ୍କୁ କହିଥିଲେ ଗୋଡଭଞ୍ଜା ମୁଖ୍ୟ ରାସ୍ତା ରେ ଷ୍ରିଟ ଲାଇଟ୍ ଲଗାଇବାକୁ ତାହା ଆଜି ପୂରଣ ହେଇଛି। ଏହି ରାସ୍ତା ବିଜୁ ଏକ୍ସପ୍ରେସୱେ ଏବଂ ଗୋଲେଇ ରାସ୍ତା ଲାଗିଥିବାରୁ ଦିନ ଅପେକ୍ଷା ରାତ୍ର ସମୟରେ ବଡ଼ ବଡ଼ ଗାଡ଼ି ଯାତାୟାତ କରୁଥାଏ।ଏଣୁ ଛୋଟ ଛୋଟ ଦୂର ଘଟଣା ମଧ୍ୟ ଘଟୁଥିଲା। ଏହାକୁ ଗୁରୁତ୍ୱ ସହ ନେଇ ଆଜି ଷ୍ଟ୍ରିଟ ଲାଇଟ୍ ଲାଇଟ୍ ଲାଗିଥିବା ଯୋଗୁଁ ରାସ୍ତା ଉଜ୍ଜ୍ୱଳ ହେବା ଯୋଗୁଁ ରାସ୍ତା ଉଜ୍ଜ୍ୱଳ ହେବା ସହିତ ଦୂରଘଟଣା ଦୂର ହେବ ବୋଲି ଏବଂ ସରପଞ୍ଚ ଙ୍କ କାର୍ଯ୍ୟ କୁ ବୁଦ୍ଧିଜିବୀ ସହରରେ ବେଶ ପ୍ରଶଂସା ର ପାତ୍ର ହୋଇଛନ୍ତି। ସରପଞ୍ଚ ଙ୍କ ସହିତ ଯୋଗାଯୋଗ କରିଥିବା ରୁ ସେ କହିଥିଲେ ଆଗାମୀ ଦିନରେ ମୋ ପଞ୍ଚାୟତ ର ସମସ୍ତ ଗ୍ରାମ କୁ ବିଦ୍ୟୁତ କରଣ କରିବା ସହିତ ଗ୍ରାମ କୁ ସଫା ରଖିବା ସହିତ ଲୋକଙ୍କ ସେବା କରିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ