ସରମଙ୍ଗାରେ ଭାଗବତ ଟୁଙ୍ଗି ଉଦ୍ଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସରମଙ୍ଗା ଗ୍ରାମର ଶନି ମନ୍ଦିର ପରିସରରେ ନୁତନ ଭାବେ ପ୍ରତିଷ୍ଠା କରାଯାଇଥିବା ଭାଗବତ ଟୁଙ୍ଗିର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାଗବତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁରର କଲେଜର ପୁର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ହରିଓଁ ଭାଗବତ ଟୁଙ୍ଗିର ସଭାପତି ଅର୍ଜୁନ ଚରଣ ବେହେରା, ଉଦଘାଟକ ଭାବେ ଘସିପୁରା ଭାଗବତ ପ୍ରଚାର ସମିତିର ସମ୍ପାଦକ ବେଲାଳସେନ ପତି, ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗିର ସଭାପତି ତଥା ଲେଖିକା ବିଦୁ୍ୟତପ୍ରଭା ଦେଓ, ଆନନ୍ଦପୁର ପ୍ରତିଭା ପ୍ରଣାମ ମଞ୍ଚର ଆବାହକ ରତ୍ନାକର ଦାସ ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଭାଗବତ ବାଣୀର ପ୍ରଚାର, ପ୍ରସାର, ଶ୍ରବଣ, ମନନ ସମ୍ପର୍କରେ ଆଲୋକପାତ କରିଥିଲେ । ପୁର୍ବରୁ ଗ୍ରାମାଞ୍ଚଳରେ ଭାଗବତ ଟୁଙ୍ଗିର ମହାତ୍ମ୍ୟ ଥିବାବେଳେ ତାହା କାଳକ୍ରମେ ବନ୍ଦ ହୋଇଯାଇଥିଲା । ଏବେ ଲୋକଙ୍କ ଭିତରେ ପୁନର୍ବାର ଧାର୍ମକ ଭାବନା ସୃଷ୍ଟି ହେବା ସହ ଧିରେ ଧିରେ ଗ୍ରାମାଞ୍ଚଳ ମାନଙ୍କରେ ତାହା ପ୍ରସାର ଘଟୁଚି । ଯାହାକି ଆଗାମି ଦିନ ପାଇଁ ଶୁଭ ସଙ୍କେତ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ନବଗଠିତ ଭାଗବତ ଟୁଙ୍ଗିର ସଦସ୍ୟ ଭାବରେ ଭାଷ୍କର ଚନ୍ଦ୍ର ଦାସ, ବାବାଜୀ ଚରଣ ସାହୁ, କେଶବ ଚନ୍ଦ୍ର ଦାସ, ବାଙ୍କନିଧି ଦାସ, ନୀଳମଣି ଦାସ, ପୁର୍ଣ୍ରଚନ୍ଦ୍ର ଜେନା, ସୁବାସ ଚନ୍ଦ୍ର ବେହେରା, ଦୀନବନ୍ଦୁ ବେହେରା, ମନେ୍ଦ୍ର କୁମାର କାଣ୍ଡି, କାଞ୍ଚନ ଖୁଣ୍ଟିଆ, ରାଧାରାଣୀ ଓଝା, ପ୍ରତିମା ଦାସ, ପ୍ରମୁଖ ଯୋଗଦେିଥବବାବେଳେ ମାନ୍ଦାକିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ