ସରମଙ୍ଗା ଗ୍ରାମରେ ନିମ୍ନମାନର ରାସ୍ତାକାମକୁ ବିରୋଧ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସରମଙ୍ଗା ଗ୍ରାମରେ ନିମ୍ନମାନର ରାସ୍ତାକାମକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଏହି ଗ୍ରାମଟି ଷଡଙ୍ଗ ପଞ୍ଚାୟତ ଅଧିନରେ ଥିବାବେଳେ ଏହି ଗ୍ରାମରେ ବ୍ଳକ ପକ୍ଷରୁ ନିର୍ମାଣ କାଯାଉଥିବା ପ୍ରକଳ୍ପ ଗୁଡିକ ଅତି ନିମ୍ନମାନର ହେଉଛି । କିଛି ମୁଷ୍ଟିମେୟ ଲୋକ ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇ ନିମ୍ନମାନର କାର୍ଯ୍ୟ କରୁଛନ୍ତି ।ଏଥିମଧ୍ୟରେ ୨୦୨୦/୨୧ ଆଥିକ ବର୍ଷରେ ଭିଲେଜ ରୋଡ ଠାରୁ ଶନି ମନ୍ଦିର କଂକ୍ରିଟ ରାସ୍ତା କାର୍ଯ୍ୟ ୧ଲକ୍ଷ ୫୦ହଜାର, ଶନି ମନ୍ଦିର ଠାରୁ ଶିଶୁ ମନ୍ଦିର କଂକ୍ରିଟ ରାସ୍ତା ୨ଲକ୍ଷ ୫୦ହଜାର କାର୍ଯ୍ୟ ଅତି ନିମ୍ନମାନର କରାଯାଇଛି ବୋଲି ଅଭିଯୋଗ ହୋଇଛି । ଯାହାଦ୍ୱାରାକି ଲୋକମାନେ ଠିକ ଭାବରେ ଯାତାୟତ କରିପାରୁ ନାହାନ୍ତି । ଏବେ ଗ୍ରାମରେ ବେହେରା ସାହିଠାରୁ ସେଠୀ ସାହି ପର୍ଯ୍ୟନ୍ତ ଦୁଇଲକ୍ଷ ଟଙ୍କାର ରାସ୍ତାକାମ ଚାଲୁଅଛି । ଯେଉଁଥିରେ ସୁଚନା ଫଳକ ଲାଗି ନଥିବାବେଳେ କାମ କରୁଥିବା ଲୋକମାନେ ଯେଣତେନ ପ୍ରକାର କାମ କରୁଥିଲେ । ଏହାକୁ ଗ୍ରାମବାସୀମାନେ ବିରୋଧ କରି ରାସ୍ତାକାମ ବନ୍ଦ କରିଦେଇଛନ୍ତି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେପରି କିଛି କାମ ସମ୍ପର୍କରେ ତାଙ୍କ ପାଖରେ ଖବର ନାହିଁ ବୋଲି କହିଛନ୍ତି । ହାଟଡିହି ବ୍ଲକର ବିଡିଓ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ