ସରଳେଶ୍ୱର ସ୍କୁଲରେ ଶିଶୁ ମହୋତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ସରଳା ଗ୍ରାମରେ ଥବବା ସରଳେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ଶିଶୁମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସିବି ଫାଉଣ୍ଡେସନ କାହାଳିଆ ଗଡିଆର ସଭାପତି ଅଲେଖ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ଫାଉଣ୍ଡେସନର ଉପଦେ୍ଦଷ୍ଟା ଅର୍ଜୁନ ଚରଣ ସତପଥି ଓ ଡଅଁର ପଞ୍ଚାୟତର ସମିତିସଭ୍ୟା ମଧୁସ୍ମିତା ବେହେରା, ଶିକ୍ଷାବିତ ଯଜାତି କେଶରୀ ରାଉତ, ପର୍ଶୁରାମ ବେହେରା, ମହେଶ୍ୱର ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ନାୟକ ପ୍ରମୁଖ ଯୋଗଦେଇ ଶିଶୁଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଶିଶୁମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଶିଶୁମହୋତ୍ସବର ପ୍ରୟୋଜନ ସମ୍ପର୍କରେ ଆଲୋକାପତ କରିଥିଲେ । ଏହି ଅବସରରେ ଏସିବି ଫାଉଣ୍ଡେସନ ପକ୍ଷରୁ ଶିଶୁମହୋତ୍ସବରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ