ସରସଦା ପଞ୍ଚାୟତ ସ୍ୱେଚ୍ଛାଗ୍ରାହୀଙ୍କ ପରଲୋକ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତର ସ୍ୱେଚ୍ଛାଗ୍ରାହୀ ନୃସିଂହ ଚରଣ ବେହେରାଙ୍କ ଆଜି ପରଲୋକ ଘଟିଥିବା ଜଣାପଡିଛି । ସେ ଦୀର୍ଘ ୮ଦିନ ହେବ ଅସୁସ୍ଥ ଥାଇ କଟକ ବଡମେଡିକାଲ ଠାରେ ଚିକିତ୍ସିତ ହେଉଥିବାବେଳେ ଆଜି ଦିନ ପ୍ରାୟ ୧୦.୩୦ମି. ସମୟରେ ଇହଧ୍ୟାମ ତ୍ୟାଗ କରିଥିଲେ । ତାଙ୍କ ମରଶରୀରକୁ ବ୍ଲକ କାର୍ଯ୍ୟାଳୟକୁ ଅଣାଯିବା ପରେ ସେଠାରେ ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଦିବାକର ସାହୁ, ଉଦୟନାଥ ବେଜ, ସରପଞ୍ଚ ବିଜୟ ସ୍ୱାଇଁ, ବିରେନ୍ଦ୍ର ନାୟକଙ୍କ ସମେତ ସ୍ୱେଚ୍ଛାଗ୍ରାହୀ ରାଜୀବ ଲୋଚନ ବିଶ୍ୱାଳ, କାହ୍ନୁଚରଣ ମହାନ୍ତି, ସୁଭଦ୍ରା ପାତ୍ର, ସୀତା ସାହୁ, କମଳା ମହାରଣା, ବିମ୍ବାଧର ପତି,ରାଧାଶ୍ୟାମ ମହାନ୍ତି ପ୍ରମୁଖ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଅନୁରୂପ ଭାବେ ସରସଦା ପଞ୍ଚାୟତ ଠାରେ ସରପଞ୍ଚ ମଣିକାଞ୍ଜନ ସେନାପତି, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସମାଜସେବୀ ରାମଚନ୍ଦ୍ର ସେନାପତି, କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ବେହେରା, ଜିଆରଏସ ପ୍ରମିଳା କୁମାରୀ ନାୟକଙ୍କ ସମେତ ସମସ୍ତ ଏମବିକେ, ସିଆରପି ଓ ଏସସିଏମ ମାନେ ପାର୍ଥିବ ଶରୀରର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଗାଁ ମସାଣୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ପୁଅ ବଳରାମ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ