ସରସ୍ବତୀପୁର ବାମପଦା ଠାରେ ଫ୍ଲାଏ ଓଭର ବ୍ରିଜ ର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ସରସ୍ବତୀପୁର ପଞ୍ଚାୟତର ବାମପଦା ଠାରେ ଫ୍ଲାଏ ଓଭର ବ୍ରିଜ ର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ, ବାଲେଶ୍ୱର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଢଙ୍ଗୀ, ରେମୁଣା ର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାମପଦା ସୁରକ୍ଷା ମଞ୍ଚର ସଭାପତି ବିଶ୍ୱଜିତ ଘୋଷ, ରେମୁଣା ବ୍ଲକ ପୂର୍ବତନ ଚେୟାରମ୍ୟାନ ସୁଶାନ୍ତ ପଟ୍ଟନାୟକ ଙ୍କ କରକୋମଳରେ ହୋଇ ଯାଇଛି l ବାମପଦା ସୁରକ୍ଷା ମଞ୍ଚର ସଦସ୍ୟ କୃଷ୍ଣ ଚନ୍ଦ୍ର ସାହା ଙ୍କ ସଭାପତି ତ୍ୱରେ ଏକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ମଞ୍ଚରେ ମୁଖ୍ୟ ଅତିଥି ଙ୍କ ବ୍ୟତୀତ ମଞ୍ଚ ର ଉପଦେଷ୍ଠା, ରବିନ୍ଦ୍ର ରାଉତ, ଧୀରେନ୍ଦ୍ର ମହାପାତ୍ର, ନିରଞ୍ଜନ ଦାସ,ସୀତାରାମ ପ୍ରଧାନ, ବିପିନ ମାରାଣ୍ଡି, ସରସ୍ବତୀପୁର ସରପଞ୍ଚ କୈଳାଶ ସ୍ୱାଇଁ, ସୁତେଇ ସରପଞ୍ଚ କବିତା ମାହାନ୍ତି, ବାଲିଆ ସରପଞ୍ଚ ନୀତାୟୀ ଚରଣ ନାୟକ, ସମିତି ସଭ୍ୟ ତ୍ରିଲୋଚନ ପ୍ରଧାନ ଇତ୍ୟାଦି ବକ୍ତବ୍ୟ ରଖିଥିଲେ l ମଞ୍ଚର ସଭାପତି ବିଶ୍ୱଜିତ ଘୋଷ ସୁରକ୍ଷା ମଞ୍ଚର ଉତ୍ପତ୍ତି ଏବଂ ତାର ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ l ଅନ୍ୟତମ ଅତିଥି ଗୋବିନ୍ଦ ଚନ୍ଦ୍ର ଦାସ ସାଂସଦ ପ୍ରତାପ ନନା ଙ୍କ ସମୟରେ ରେମୁଣା ରେ ସର୍ବାଧିକ ବିକାଶ ମୂଳକ କାର୍ଯ୍ୟ ହୋଇଥିବାରୁ ସାଂସଦ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସାଂସଦ ଶ୍ରୀଯୁକ୍ତ ଷଢଙ୍ଗୀ l ସୁରକ୍ଷା ମଞ୍ଚର ସାଙ୍ଗଠାନିକ ଦକ୍ଷତା କୁ ପ୍ରଶଂଶା କରିଥିଲେ l ଆଗକୁ ଏହିଭଳି ଉଦ୍ୟମ ଜାରି ରହିଲେ ରେମୁଣା ର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସାର୍ବଦା ଆଗେଇ ଆସିବେ ବୋଲି କହିଥିଲେ l ଶେଷରେ ମଞ୍ଚର ସଦସ୍ୟ ବିପିନ ମାରାଣ୍ଡି ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସାଙ୍ଗ କରିଥିଲେ l