ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବାଳିକା ଶିକ୍ଷା କର୍ମଶାଳା ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁର ପରସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁଯାୟୀ ବିଦ୍ୟାଳୟରେ ଅଧ୍ୟୟନରତ ୬ଷ୍ଠ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ଭଉଣୀ ମାନଙ୍କ ବାଳିକା ଶିକ୍ଷା କର୍ମଶାଳା-୨୦୨୨-୨୩ ଅନୁଷ୍ଠିତ ହୋଇଅଛି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ୧ମ କାଳାଂଶରେ ଛତ୍ରପୁର ସହରର ଜଣାଶୁଣା ଟାଇକୋଣ୍ଡା କ୍ରୀଡାବିତ୍ କେ ମନୋଜପ୍ରଧାନ , ଇ ଲଳିତକୁମାର ସ ଏବଂ ଚିନା ପିଲାମାନଙ୍କୁ ଆତ୍ମ ସୁରକ୍ଷା କୈାଶଳ ସୁନ୍ଦର ଭାବରେ ବୁଝାଇବା ସହ ଅଭ୍ୟାସ କରାଇଥିଲେ । ୨ୟ କାଳାଂଶ ଯୁବ ଆଇନଜୀବୀ ସୁଲିପ୍ସା ପଣ୍ଡା ଶିଶୁ ଏବଂ ନାରୀ ଆଇନ୍ ସମ୍ବନ୍ଧରେ ପିଲାମାନଙ୍କୁ ସରଳ ଭାବରେ ବୁଝାଇଥିଲେ । ୩ୟ କାଳାଂଶରେ ଗଂଜାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଭିଜ୍ଞ ଡାକ୍ତର ବନୋଜ କର ପିଲାମାନଙ୍କ ଶାରୀରିକ ବିକାଶ ଓ ନାରୀର ଶାରୀରିକ ସମସ୍ୟା ସମ୍ବନ୍ଧିତ ପିଲାମାନଙ୍କୁ ଅବଗତ କରାଇଥିଲେ । ଚତୁର୍ଥ କାଳାଂଶ ସିଲେଇ ଶିକ୍ଷା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସୁନୀତା ଶତପଥୀଙ୍କ ଦ୍ୱାରା ହୋଇଥିଲା । ସଂପାଦକ ତଥା ଓଡିଶା ହାଇକୋର୍ଟର ଆଇନଜୀବୀ ପଦ୍ମ ଚରଣ ସାହୁ, ଉପସଭାପତି ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ ଏବଂ ମାତୃଭାରତୀ ସଂଗଠନ ସଭାପତି ଭାଗ୍ୟଲତାତା ପାଢୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟା ସୁନୀତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୨୦ ଶିଶୁ ଭଉଣୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଗୁରୁମା ଏବଂ ସେବିକା ମାନଙ୍କ ସହଯୋଗରେ ହୋଇଥିଲା ।