ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଦିବସ

ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟର ଉପସଭାପତି ପଦ୍ମଚରଣ ସାହୁ ପ୍ରଦୀପ ପ୍ରଜ୍ୱଳନ କରି କାର‌୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ ।
ପ୍ରଧାନାଚାର‌୍ୟ୍ୟ ରବିନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶାନ୍ତି କୁମାରୀ ବେହେରା ଯୋଗ ଦେଇ ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ । ଅନୁଷ୍ଠାନର ସଭାପତି ରଜନୀକାନ୍ତ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସଂପାଦକ ଟି. ଭେଙ୍କଟକ୍ରିଷ୍ଣାୟା, ସଦସ୍ୟା ବିଜୟଲକ୍ଷ୍ମୀ ରଥ ପ୍ରମୁଖ ମଂଚାସୀନ ଥିଲେ । ବରିଷ୍ଠ ଆଚାର‌୍ୟ୍ୟ ଶ୍ରୀକାନ୍ତ ମହାପାତ୍ର ଗୁରୁଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । କାର‌୍ୟ୍ୟକ୍ରମ ଶେଷରେ ବରିଷ୍ଠ ଆଚାର‌୍ୟ୍ୟ ଟି. ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର‌୍ୟ୍ୟକ୍ରମରେ କୋଷାଧ୍ୟକ୍ଷ ଏ. ରାବଣା ରାଓଙ୍କ ସମେତ ପରିଚାଳନା ସମିତିର ସଦସ୍ୟ ସଦସ୍ୟା, ଗୁରୁଜୀଗୁରୁମା ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ