ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଷୋଡଶ ବାର୍ଷିକ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସାଂସ୍କୃତିକ ମଣ୍ଡପ ଠାରେ ଷୋଡଶ ବାର୍ଷିକ ଉତ୍ସବ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା | ତାହାପରେ ଦୀପ ପ୍ରଜ୍ଜ୍ଳଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଏହି ଉତ୍ସବରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଅଧକ୍ଷ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ରଥ ସଭାପତିତ୍ୱ କରିଥିଵାବେଳେ ମୁଖ୍ୟଅତିଥି ଭାବେ ତହସିଲିଦାର ବେଲଗୁଣ୍ଠା ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନ ଓ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡ. କମ୍ବୁପାଣି ସାମନ୍ତ ଓ ସାମ୍ମନିତ ଅତିଥି ଗୋଷ୍ଠି ଶିକ୍ଷା ଅଧିକାରୀ ବେଲଗୁଣ୍ଠା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହେରା ଓ ବରିଷ୍ଠ ଶିକ୍ଷାବିତ ବେଲଗୁଣ୍ଠା ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ ଓ ଭି. ଦେବୀପ୍ରସାଦ ପାତ୍ର ଉପସ୍ଥିତ ଥିଲେ | ଏଥିରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନଗର କାର୍ଯ୍ୟଵାହ, ଭଞ୍ଜନଗର ଶ୍ରୀଯୁକ୍ତ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ବ୍ୟବସ୍ଥାପକ ଭାବେ ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସଂପାଦକ ଶ୍ରୀଯୁକ୍ତ ପବିତ୍ର କୁମାର ସାହୁ ଯୋଗ ଦେଇଥିଲେ ଏବଂ ପୂର୍ଵତନ ପରିଚାଳନା ସମିତି ର କାର୍ଯ୍ୟକର୍ତ୍ତା ମଧ୍ୟ୍ୟ ଉପସ୍ଥିତ ଥିଲେ | ମୁଖ୍ୟଅତିଥି ଓ ସାମ୍ମନିତ ଅତିଥି ନିଜର ଅଭିଭାଷଣ ପ୍ରଦାନ କରିଥିଲେ | ସ୍ୱାଗତ ସଂଗୀତ ଛାତ୍ର ଓ ଛାତ୍ରୀ ମାନେ ଗାନ କରିଥିଲେ | ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ଏବଂ ଶିଶୁ ପ୍ରତିଭା ପ୍ରଦର୍ଶନ କରିଥିଲେ | ସମସ୍ତ ଗୁରୁଜୀ ଓ ଗୁରୁମା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ପରିଶେଷରେ ଅନୁଷ୍ଠାନର ଉପସଭାପତି ଶ୍ରୀଯୁକ୍ତ ମଧୁସୂଦନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ