ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୩୩ତମ ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର) : ମାଲକାନଗିରି ଜିଲ୍ଲା ବାଲିମେଳା ନଗର ଅନ୍ତର୍ଗତ ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୩୩ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ନଗରପାଳ ପ୍ରଦୀପ କୁମାର ନାୟକ , ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସୋୟଂ ସେବକ ସଙ୍ଘ ସଦସ୍ୟ ଦେବୀ ପ୍ରସାଦ କର , ସମ୍ମାନିତ ଅତିଥି ଭାବରେ ବି ଏଚ ଇ ପି ର ବରିଷ୍ଠ ସାଧାରଣ ପରିଚାଳକ ଦିଲୀପ କୁମାର ସ୍ୱାଇଁ , ବିଦ୍ୟାଳୟ ସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ , ସମ୍ପାଦକ ଶରତ କୁମାର ବେହେରା , ଲଳିତ ମୋହନ ବେହେରା ପ୍ରମୁଖ ଯୋଗଦେଇଥିଲେ । ସର୍ବ ପ୍ରଥମେ ବିଦ୍ୟାଦାତ୍ରୀ ଶ୍ରୀ ସରସ୍ବତୀ ଙ୍କ ତୈଳ ଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରାଯାଇଥିଲା । ସଭା କାର୍ଯ୍ୟ ଆରମ୍ଭରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ଏହାପରେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ । ପୂର୍ବବର୍ଷ ଶିଶୁ ମାନଙ୍କର ବିଭିର୍ଣ୍ଣ କ୍ଷେତ୍ରରେ ଯଥା ଶିକ୍ଷା ଓ କ୍ରୀଡ଼ାରେ କେବଳ ଜିଲ୍ଲା ନୁହେ ରାଜ୍ୟ ସ୍ଥରରେ ନିଜର କୃତିତ୍ୱ ହାସଲ କରିଛନ୍ତି । ପରେ ବି ଏଚ ଇ ପି ର ବରିଷ୍ଠ ସାଧାରଣ ପରିଚାଳକ ଶ୍ରୀ ସ୍ୱାଇଁ ନିଜ ବକ୍ତବ୍ୟରେ କହିଥିଲେ ଯେ କେବଳ ଚାକିରୀ ପାଇଁ ପାଠ ପଢିବା ସେ ଶିକ୍ଷା କେବଳ ପଇସା ଅର୍ଜନ କରିବା ଛଡା ଆଉ କିଛି ନୁହେଁ କିନ୍ତୁ ପ୍ରକୃତ ଶିକ୍ଷା ହେଉଛି ଯିଏ ଗୋଟିଏ ଭଲ ମଣିଷ ହୋଇ ନିଜର ନୁହେ ଦେଶ ଓ ଜାତିର ଉନ୍ନତି ପାଇଁ କାର୍ୟ୍ଯ କରିଥାଏ । ମୁଖ୍ୟ ବକ୍ତା ଶ୍ରୀ କର ନିଜ ବକ୍ତବ୍ୟରେ କହିଥିଲେ ଯେ ଶିକ୍ଷା ର ପ୍ରଣାଳୀ ହେଉଛି ଏକ ଉତ୍ତମ ଛାତ୍ର ର ଭବିଷ୍ୟତ ନିର୍ମାଣ କରିବା । ତେଣୁ ଶିକ୍ଷା ର ପଦ୍ଧତି ଶ୍ରଦ୍ଧା ଓ ବିଶ୍ୱାସ ରେ କରାଯାଇଥାଏ । ଶିଶୁ ଟି ହେଉଛି ଏକ ମାଟି ପିଣ୍ଡଳା ସଦୁର୍ଷ ତେଣୁ ଶିଶୁ ଟିକୁ ଯେଉଁଭଳି ଗଢିବା ସେ ସେଭଳି ହେବ । ତେଣୁ ଉଚିତ ଶିକ୍ଷା ହେଉଛି ସଂସ୍କାରିତ ଭବିଷ୍ୟତ ଗଢିବାରେ ସାହାଯ୍ୟ କରିଥାଏ । ସଭାକର୍ଯ୍ୟ ଶେଷରେ ସଭାପତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଶିଶୁ ମାନଙ୍କ ଦ୍ୱାରା ବିଭିର୍ଣ୍ଣ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଆସିଥିବା ଶତାଧିକ ଅଭିଭାବକ ଉପସ୍ଥିତ ଥିଲେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପରିଚାଳନା ସମିତି ଓ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ । ଏବଂ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ଉପସଭାପତି ବି ଅରୁଣ ପାତ୍ର & ବରିଷ୍ଠ ଆଚାର୍ଯ୍ୟ ଗୌରାଙ୍ଗ ଚରଣ ମହାପାତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ