ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ପଞ୍ଚମ ଥର ପାଇଁଶ୍ରେଷ୍ଠ ବିଦ୍ୟାଳୟ ଘୋଷିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପୁଣି ଥରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି।ସେହିପରି ବିଦ୍ୟାଳୟର ଦଶମ ଶ୍ରେଣୀର ଚାରି ଜଣ ଶିଶୁ ପ୍ରଗତିରାଣୀ ଦାଶ,ଦେବାଶିଷ ପଣ୍ଡା,ଅଜିତ କୁମାର ପାଣିଗ୍ରାହୀ,ଅସ୍ମିତ ମହାରଣା ମେଧାବୃତ୍ତି ପାଇଁ ବିବେଚିତ ହୋଇଛନ୍ତି।ଏହି ସଫଳତା ପାଇଁ ବିଦ୍ୟାଳୟପରିଚାଳନା କମିଟିର ସମସ୍ତ ସଦସ୍ୟ, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା,ପ୍ରଧାନାଚାର୍ଯ୍ୟ, ଶିଶୁ ଓ ଅଭିଭାବକ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି ଏବଂ ପୁରସ୍କାର ପ୍ରଦାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।