ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର, ଛତ୍ରପୁର ରେ ରକ୍ଷା ବନ୍ଧନ ଓ ଅଵ୍ୟାହତି ସମ୍ବର୍ଦ୍ଧନା ଉସ୍ଛବ ପାଳନ
ଛତ୍ରପୁର, (ଓ୍ବାଇଏନ୍ଏସ୍):ସୋମଵାର ଦିନ ପୁର୍ବାହ୍ନ ୧୦ ଘଟିକା ସମୟରେ ସ୍ଥାନୀୟ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ପରିସର ମଧ୍ୟରେ ନିରାଡ଼ମ୍ବର ଭାବେ ସାମାଜିକ ଦୁରତ୍ବ ଅଵଲମ୍ବନ କରି ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି । ଏହି ଅଵସରରେ ଵିଦ୍ୟାଳୟର ୧ମ ଵରିଷ୍ଠ ଶିଶୁ ସେବିକା ଶ୍ରୀଦେଵୀ ସିଂ ଙ୍କୁ ସେବା କାର୍ଯ୍ୟରୁ ଅବ୍ୟାହତି ସମ୍ଵର୍ଦ୍ଧନା ଦିଆଯାଇଛି । ପ୍ରକାଶ ଥାଉକି, ଶ୍ରୀମତୀ ସିଂ ବିଦ୍ୟାଳୟ ଆରମ୍ଭରୁ ଶିଶୁ ସେବିକା ରୁପେ କାର୍ଯ୍ୟ ତୁଲାଇ ଆସୁଥିଲେ । ଉକ୍ତ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା ସମିତି ର ସଦସ୍ୟ ଓ ପ୍ରଧାନାଚାର୍ଯ୍ୟ ଙ୍କ ଉପସ୍ଥିତିରେ ଶ୍ରୀମତୀ ସିଂ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ସହ ତାଙ୍କର ସୁସ୍ଥ ଜୀବନ ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କାମନା କରାଯାଇଥିଲା ।