ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସୋମବାର ପୂର୍ବାହ୍ନରେ ବିଦ୍ୟାମନ୍ଦିର କକ୍ଷରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମାତୃଭାଷା ପ୍ରମୁଖ ପ୍ରମୋଦ ଶେଖର ଡାକୁଆଙ୍କ ସଂଯୋଜନାରେ ଆୟୋଜିତ ଦିବସରେ ବିଶିଷ୍ଟ ସାହିତ୍ୟିକ ସୁରେଶ କୁମାର ନାୟକ ସମେତ ପ୍ରଧାନାଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ ପ୍ରସାଦ ମିଶ୍ର ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିଥିବୃନ୍ଦ ମାତୃଭାଷାର ଆବଶ୍ୟକତା ଏବଂ ଉନ୍ନତି ନିମନ୍ତେ ପଦକ୍ଷେପ ଶୀର୍ଷକ ଆଲୋକପାତ କରି ନିଜର ସୁଚିନ୍ତିତ ମତାମତ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା । ଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଚାର୍ଯ୍ୟ ବାବୁଲା ପଣ୍ଡା, ସରୋଜ କୁମାର ରଥ, ଭଗବାନ ପାଣିଗ୍ରାହୀ, ଦିଲେଶ୍ୱର ପଣ୍ଡା, ବିଶ୍ୱନାଥ ସ୍ୱାଇଁ ସମେତ ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ