ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ବିଶେଷ କରି ବର୍ତ୍ତମାନ ମୋବାଇଲ ଫୋନ ଛାତ୍ରଛାତ୍ରୀ ମାନଙ୍କ ଠାରୁ ପୁସ୍ତକ ଶିକ୍ଷା ଏବଂ ଶାରିରୀକ କ୍ରୀଡ଼ା ଠାରୁ ଦୂରେଇ ଦେଉଛି। ଜୀବନରେ ପାଠ ପଢ଼ିବା ସହ ଖେଳକୁଦ ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। ଗଞ୍ଜମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗଣ୍ଡା ରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ୧୩ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର କୁନି କୁନି ପିଲା ମାନଙ୍କ କୌତୁକିୟ ଖେଳ ବହୁତ ଆକର୍ଷଣୀୟ ଥିଲା। ବିଶେଷ କରି ବାଟି ଚାମଚ, ଧନ ସଂଗ୍ରହ, ବଲ୍ ଫିଙ୍ଗା, ବେଙ୍ଗ ଦୌଡ଼, ୧୦୦,୨୦୦ ଓ ୪୦୦ ମିଟର ଦୌଡ, ସଟ ଫୁଟ୍, ହାଇ ଜମ୍ପ ଏବଂ ଲଙ୍ଗ ଜମ୍ପ ଖେଳରେ କୁନି କୁନି ପିଲାମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପିଲା ମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆକର୍ଷଣ ମନୋଭାବ ଜାଗ୍ରତ କରିବା ପାଇଁ ଏଭଳି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରା ଯାଉଛି ବୋଲି ବିଦ୍ୟାଳୟ ର ସମ୍ପାଦକ କହିଥିଲେ। ମୁଖ୍ୟ ଅତିଥି ଭାବେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ସୋମନାଥ ସାହୁ ଏବଂ କୋଷପାଳ ପ୍ରଫୁଲ୍ଲ କୁମାର ମହାନନ୍ଦ ଯୋଗଦାନ କରିଥିଲେ। ଏହା ସହ ଗଞ୍ଜାମ ଜିଲ୍ଲା ସହ ବିଭାଗ ସମ୍ମୁଖ ବିପିନ ଚନ୍ଦ୍ର ପଟ୍ଟନାୟକ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ମାଧବ ସାହୁ, ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସାହୁ, ସମ୍ପାଦକ ରାମ ଚନ୍ଦ୍ର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ଜେନା ସହ ସମସ୍ତ ଗୁରୁମା ଯୋଗଦାନ କରିଥିଲେ। ସମସ୍ତ ଅତିଥି ବୃନ୍ଦ କୁନି କୁନି ପିଲା ମାନଙ୍କୁ ମନୁଷ୍ୟ ଜୀବନରେ ଖେଳର ବିଶେଷତ୍ୱ ବିଷୟରେ ବୁଝାଇଥିଲେ।