ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):ତୁଳସୀ ଚଉରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି. ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡିଆଇଇଟି ବାରିପଦାର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଭିମନ୍ୟୁ ବେହେରା କାର୍ଯ୍ୟକ୍ରମକୁ ଉଦଘାଟନ କରି ମଣିଷ ଜୀବନରେ ଘରର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ.
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ମହାନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିଶୁ ବାଟିକା ପ୍ରମୁଖ ଅପର୍ଣ୍ଣା ସାହୁ କାର୍ଯ୍ୟକ୍ରମ ସଂଯାଜନା କରିଥିଲେ. ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ପରେ ନାମାଙ୍କନ ମେଳାରେ ନୂତନ ଶିଶୁଙ୍କ ନାମଲେଖା ହୋଇଥିବା ବେଳେ, ଦୀପ୍ତି ଗୁରୁମା, ସବିତା ଗୁରୁମା, ମାଣିକ ଗୁରୁମା ଓ ଯାମିନୀ ଗୁରୁମା ତଥା ଅନ୍ୟ ସହକର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ