ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୪୧ ତମ ବାର୍ଷିକ ଉତ୍ସବ ପାଳିତ

କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୪୧ ତମ ବାର୍ଷିକ ଉତ୍ସବ ବହୁତ୍ ଧୁମ୍ ଧାମରେ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନନୀୟ ଶ୍ରୀଯୁକ୍ତ ବସନ୍ତ ପଣ୍ଡା ଲୋକସଭା ସାଂସଦ କଳାହାଣ୍ଡି ଯୋଗଦେଇ ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ରୂପ ସିଂ ରାଉତ ସଭାପତି ଶିକ୍ଷା ବିକାଶ ସମିତି ଦକ୍ଷିଣ ସମ୍ଭାଗ ଉପସ୍ଥିତ ରହି ପ୍ରେରଣା ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସିମାଞ୍ଚଲ୍ ବୁଦ୍ଧିଆ ଶିଶୁ ଭାଇ ଭଉଣୀ ମାନଙ୍କୁ ଦୈନନ୍ଦିନ ଜୀବନରେ ଶିକ୍ଷାର ମହତ୍ତ୍ଵ ବିଷୟରେ ମାର୍ଗଦର୍ଶନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରବୀଣ କୁମାର ବେହେରା ବାର୍ଷିକ ବିବରଣୀ ପାଠନ କରିଥିଲେ । ସମ୍ପାଦକ ଶ୍ରୀ ଅଭୟ କୁମାର ଦେବତା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀ ସଞ୍ଜୀବ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପଚିଚଳନା କରିଥିଲେ ଭାଇ ହରଷିତ ବିଶି ଓ ଭଉଣୀ ଗାୟତ୍ରୀ ଦାସ । ସଭାକାର୍ଯ୍ୟ ସମାପ୍ତି ପରେ ସର୍ବମୋଟ ୧୦ ଗୋଟି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶୀତ ହୋଇ ଥିଲା ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା । ମଞ୍ଚ ପରିଚାଳନା କରିଥିଲେ ଭାଇ ଅଭିଷେକ ପଧାନ ଓ ହେମକାନ୍ତ ବିଶି। ଏହି ଉତ୍ସବରେ ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ