ସରସ୍ଵତୀ ଶିଶୁ ମନ୍ଦିରରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଉତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର, ପରିସରରେ ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ପୌରହିତ୍ୟରେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ସଂସ୍କୃତ ଆଚାର୍ଯ୍ୟ ପଣ୍ଡିତ ମନୋରଞ୍ଜନ ଦାଶ, କୈଳାଶ ଚନ୍ଦ୍ର ଶତପଥୀ ପୂଜା ବିଧି ସମ୍ପାଦନ କରିଥିଲା ବେଳେ ସଭାପତି ଉପେନ୍ଦ୍ର ମହାନ୍ତି ,ସମ୍ପାଦକ ପଦ୍ମଚରଣ ସାହୁ ,କୋଷାଧ୍ୟକ୍ଷ ଏ ରାବଣା ରାଓ, ସଦସ୍ୟ ଶ୍ରୀ S ରାମପ୍ରସାଦ ପଟ୍ଟନାୟକ,ସଦସ୍ୟା ଶ୍ରୀମତି ସୁନିତା ସେଠୀ , ପୂର୍ବତନ ସମ୍ପାଦକ ଟି. ଭେଙ୍କେଟ କ୍ରିଷ୍ଣେୟା, ବିଜୟଲକ୍ଷ୍ମୀ ରଥ ପ୍ରମୁଖ ତଥା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପୂଜାରେ ଯୋଗଦେଇଥିଲେ । ଏହି ଅବସରରେ ପୂର୍ବତନ ସଦସ୍ୟା ବିଜୟଲକ୍ଷ୍ମୀ ରଥଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ