ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନେଇ ସଙ୍ଗୀତ ଗାନକୁ ବିରୋଧ

ମୋହନା, (ଅଂଶୁମାନ ପଣ୍ଡା) : ରାଜ୍ୟରେ ବର୍ତ୍ତମାନ କରୋନା ମହାମାରୀ ତାର କାୟବିସ୍ତାର କରି ଚାଲିଥିବା ବେଳେ ଅନେକ ମୂଲ୍ୟବାନ ଜୀବନ ହରାଇଛନ୍ତି ଲୋକେ । ଯାହା ଦ୍ୱାରା ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟ ପାଠ ପଢ଼ାରେ ଲକ୍ଷ୍ମଣରେଖା ଟାଣି ହୋଇଗଲାଣି। ବହୁ ଚେଷ୍ଟା ଫଳରେ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଖୋଲାଯାଇ ପାଠପଢ଼ା ଚାଲୁ ରହିଛି । ବିଦ୍ୟାଳୟର ସାମାନ୍ୟ ଛୁଟି ବାତିଲ କରିଦିଆଯାଇ ପାଠ ପଢ଼ା ଯାଉଛି। ଦୁଃଖ ର ବିଷୟ ସୋମବାର ଦିନ ଗଜପତି ଜିଲ୍ଲା କୁ ଗ୍ରସ୍ଥ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ସମୟରେ ମୋହନା ବ୍ଲକରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବହୁ ସରକାରୀ କର୍ମଚାରୀଙ୍କ ଠାରୁ ରାଜନେତାମାନେ ଉପସ୍ଥିତ ରହିଥିଲେ । ସେହି ସଭାରେ ମୋହନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନେଇ ପ୍ରଧାନ ଆଚାର୍ଯ୍ୟା କିପରି ରାଜନୈତିକ ସଭାରେ ଦିବା ୧୨ଟା ସମୟରେ ସଙ୍ଗୀତ ଗାନ ପାଇଁ ନେଇଥିଲେ? ଯାହାଫଳରେ ପିଲାଙ୍କ ପାଠ ପଢ଼ା ତିନି ଘଣ୍ଟା ପାଇଁ ବାଧା ସୃଷ୍ଟି ହୋଇଥିଲା । ଯାହାକି ଅବିଭାବକ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଜଣେ ପ୍ରଧାନ ଆଚାର୍ଯ୍ୟା କିପରି ବିଦ୍ୟାଳୟ କମିଟିକୁ ନଜାଣଇ ଦଶମ ଶ୍ରେଣୀ ଛାତ୍ରୀ ଙ୍କୁ ନେଇଥିଲେ, ସଙ୍ଗୀତ ଗାନ ପାଇଁ ବିଦ୍ୟାଳୟ ସଂପାଦକଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ବିଷୟରେ କିଛି କହିପାରିବିନି ତେବେ ପିଲାଙ୍କ ଭବିଷ୍ୟତ ପ୍ରତି କାହିଁକି ଖେଳା ଯାଉଛି ଏହାର ତଦନ୍ତ କରି ପ୍ରଧାନ ଆଚାର୍ଯ୍ୟାଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହ ପିଲାଙ୍କ ଭବିଷ୍ୟତ ସହ ଖେଳାନଯାଇ ପାଠପଢ଼ା ପ୍ରତି ଗୁରୁତ୍ଵ ଦେବା ପାଇଁ ଅବିଭାବକ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ