ସରସ୍ୱତୀ ଦେବୀଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡା – ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ସରସ୍ୱତୀ ଦେବୀଙ୍କ ଗତ ସୋମବାର ଦୀର୍ଘଦିନର ଅସୁସ୍ଥତା ପରେ ୭୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସମାଜସେବୀ, ସାହିତ୍ୟିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଂପାଦକ କରୁଣାକର ଦାସଙ୍କର ସେ ଧର୍ମପତ୍ନୀ । ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଅଧ୍ୟାପକ ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ସ୍ମୃତିସଭାରେ ସଂଗଠନର ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ, ଡା. ରମାନାଥ ମହାନ୍ତି, ମନ୍ମଥ ନାଥ ରାଉତ ଅରୁଣ କୁମାର ମହାନ୍ତି, ବୈଷ୍ଣବ ଚରଣ ସ୍ୱାଇଁ, କୃତିବାସ ସ୍ୱାଇଁ, ଅମୀୟ ନାୟକ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ଅଜିତ୍ କୁମାର ଜେନା, କୃଷ୍ଣଚନ୍ଦ୍ର ଜେନା, ସୁରେଶ ଚନ୍ଦ୍ର ଦାସ, ବାସୁଦେବ ନାୟକ, ଦେବେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ସ୍ମୃତିଚାରଣ କରିଥିଲେ ।


