ସରସ୍ୱତୀ ଶିଶୁ ବିଦ୍ୟାଭବନର ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାଭବନର ରୌପ୍ୟ ଜୟନ୍ତୀ ଅବସରରେ ସପ୍ତାହ ବ୍ୟାପୀ ଚାଲି ଥିବା କାର୍ଯ୍ୟକ୍ରମ ଶନିବାର ସମାପ୍ତ ହୋଇଛି ।ଶେଷ ଦିବସରେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ବଡ।ମଣିଷ ନ ହେଲେ ବି ଭଲ ମଣିଷ ହେବା ପାଇଁ ନିଜର ଅଧ୍ୟୟନ ଜାରି ରଖିବାକୁ ଉପଦେଶ ଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ ଓ ପ୍ରଶାନ୍ତ କୁମାର ସାହୁ, ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସମାଜସେବୀ ଭି. ଦେବୀ ପ୍ରସାଦ ପାତ୍ର ଯୋଗ ଦେଇଥିଲେ ।ଅନୁଷ୍ଠାନରର ସମ୍ପାଦକ ସୁର୍ଯ୍ୟ ନାରାୟଣ ପାତ୍ର ସଭାପତିତ୍ୱ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା ।ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ଭି.ଦେବୀ ପ୍ରସାଦ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା।ପୁରସ୍କୃତ କରାଯାଇଥିଲା ।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ।ଶିକ୍ଷକ ଛାୟାକାନ୍ତ ମହାପାତ୍ର, ଶିକ୍ଷୟିତ୍ରୀ ଲିଲି ମହାରଣା ଓ ଭାର୍ଗବୀ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ମହେଶ୍ବର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।