ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପିତୃମାତୃ ପୂଜନୋତ୍ସବ
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ରସାଳପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ମାତୃ ପିତୃ ପୂଜନ ଉତ୍ସବ ପାଳିତ ହୋଇଯାଇଛି । ସମାଜସେବୀ ଶିବାଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଖନ୍ତାପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ସମ୍ପାଦକ ତଥା ଡଃ ଯଦୁନାଥ ମହାବିଦ୍ୟାଳୟର ଅଧ୍ୟାପକ ସଂଜୟ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ ମାତୃପିତୃ ପୂଜନର ଆବଶ୍ୟକତା ସଂପର୍କରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିବା ସହିତ ମ୍ୟାକ୍ଲେଙ୍କ ଶିକ୍ଷାପଦ୍ଧତିଠାରୁ ଆରମ୍ଭ କରି ବର୍ତ୍ତମାନର ଶିକ୍ଷା ପଦ୍ଧତି ଉପରେ କିଛି ବିଶ୍ଳେଷଣାତ୍ମକ ତଥ୍ୟ ଉପସ୍ଥାପନା କରିଥିଲେ । ଶ୍ରୀ ଶିବାଜୀ ଶ୍ରବଣ କୁମାର ଉପାଖ୍ୟାନ ବର୍ଣ୍ଣନା କରିବା ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରାର ଭୂୟିୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟ ସଂପାଦକ ଶମ୍ଭୁନାଥ ଯାଦବ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପିତାମାତା ଅଂଶଗ୍ରହଣ କରିଥିଲେ । ଶିଶୁ ଭାଇଭଉଣୀ ପ୍ରଜ୍ଞା ଗୁରୁମା, ମାନସୀ ଗୁରୁମା, ମୀତା ଗୁରୁମା ଓ ସେବିକା ଅପା ଉକ୍ତ ଉତ୍ସବର ପରିଚାଳନାରେ ବିଶେଷ ସହଯୋଗ କରିଥିଲେ । ପରିଚାଳନା ସମିତି ସଦସ୍ୟ ସୁରେଶ ଚନ୍ଦ୍ର ପାତ୍ର, ମୁକ୍ତିକାନ୍ତ ବେହେରା, ଝିଲିମୟୀ ଦାସଙ୍କ ସହିତ ଯୋଗ ବେଦାନ୍ତ ସେବା ସମିତିର ମଳୟ ଭାଇ ଓ ରାଜେନ୍ଦ୍ର ଭାଇ ଓ ଅଭିଭାବକ ବିଶେଷ ସହଯୋଗ କରିଥିଲେ ।