ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାଳିକା ଶିକ୍ଷା କର୍ମଶାଳା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବାଳିକା ଶିକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣବାଳା ବିଷୋୟୀ ଏହି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ରଜନୀକାନ୍ତ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗ ନୀରିକ୍ଷକ ସରୋଜ କୁମାର ପଟ୍ଟନାୟକ ଯୋଗଦେଇ ସମାଜରେ ନାରୀର ଭୂମିକା ସମ୍ବନ୍ଧରେ ଆଲୋକପତା କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ସଂଯୋଜନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା ସୁସ୍ମିତା ଚୌଧୂରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଷଷ୍ଠରୁ ନବମ ଶ୍ରେଣୀର ୧୫୦ ଜଣ ବାଳିକା ଅଂଶ ଗ୍ରହଣ କରିଥିଲେ । ଟାଇକୁଣ୍ଡୋର ମୁଖ୍ୟ ମନୋଜ କୁମାର ପ୍ରଧାନ ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦେଇଥିଲେ । ଡା.ରବୀନ୍ଦ୍ର କୁମାର ସେଠୀ ଓ ଡା ସ୍ମୃତି ସାଗର ନାୟକ ବାଳିକା ମାନଙ୍କ ଶାରୀରିକ ସମସ୍ୟା ଓ ସମାଧାନର ମାର୍ଗଦର୍‌ଶନ କରିଥିଲେ । ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ବାଳିକାମାନଙ୍କ ନ୍ୟାୟିକା ସୁରକ୍ଷା ଓ ଅଧିକାର ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ଦିବ୍ୟଜୀବନ ସଂଘର ପ୍ରବକ୍ତା ଶ୍ରୀଧର ଦାଶ ଆଧ୍ୟାତ୍ମିକ ପ୍ରବଚନ ଦେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ