ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଭାରତ ମାତା ପୂଜନ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲିଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ଭାରତ ମାତା ପୂଜନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାମେଶ୍ୱର ମନ୍ଦିର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି କାଞ୍ଚନବାଳା ପାତ୍ର ଅଧ୍ୟକ୍ଷତା କରିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦେବଭୂମି ତଥା ଚିରନମସ୍ୟା ଭାରତ ମାତା ଆଜି ବିଶ୍ୱବନ୍ଦିତା ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ମହାନ୍ତ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପୂଜାର୍ଚ୍ଚନା କରିବା ସହିତ ସଙ୍ଗୀତ ଗାନ ପୂର୍ବକ ଭାରତମାତାଙ୍କ ପଦ ବନ୍ଦନା କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତି ମୁଖ୍ୟ ଉପଦେଷ୍ଟା ଉପେନ୍ଦ୍ର ନାଥ ପାତ୍ର, ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ନୀଳିମା ଦେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ