ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ
ବାଲେଶ୍ୱର, (ସରୋଜ ପଣ୍ଡା):ରସାଳପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଗତକାଲି ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଶିଶୁମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା ସହ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପରେ ବିଦ୍ୟାଳୟରେ ବିଦ୍ୟାରମ୍ଭ ସଂସ୍କାର ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବକୁ ‘ଚନ୍ଦ୍ରଭାଗା\’ ନିର୍ଦ୍ଦେଶକ କବି ଶ୍ରୀଦେବ ଉଦଘାଟନ ସହ ମହାପୁରୁଷଙ୍କ ଜୀବନୀକୁ ନେଇ ଛାତ୍ରଛାତ୍ରୀଙ୍କୁ ବଡ଼ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଓ ଗବେଷକ ନିରଞ୍ଜନ ଖୁଣ୍ଟିଆ ମହାନ ଭାରତୀୟ ସଂସ୍କୃତିରେ ଶିକ୍ଷାରମ୍ଭ ପରମ୍ପରାର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କରିଥିଲେ । ସମାଜସେବୀ ଶିବ ଜୀ, ବିଦ୍ୟାଳୟ ସଭାପତି ଭଗବାନ ମହାପାତ୍ର ଓ ସମ୍ପାଦକ ଶମ୍ଭୁନାଥ ଯାଦବ ଉପସ୍ଥିତ ଥିଲେ । ନୃତ୍ୟ ସଙ୍ଗୀତ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କର।।ଇଥିଲା । ଅନୁଷ୍ଠାନ ପରିଚାଳନା ସମିତିର ସଦସ୍ୟ ସୁରେଶ ଚନ୍ଦ୍ର ପାତ୍ର, ଗଣେଶ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ରଣା ପ୍ରମୁଖଙ୍କ ସମେତ ବିଦ୍ୟାଳୟର ଗୁରୁଜୀ-ଗୁରୁମା’ମାନେ କାର୍ଯ୍ରକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।