ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୭୩ତମ ସ୍ୱାଧୀନତା ଦିବସ ପାଳିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ସ୍ଥାନୀୟ ମାନସିଂ ବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭାରତର ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ ଭାବେ ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ତଥା ବାଲେଶ୍ୱର ବାର ଏସୋସିଏସନର ସଭାପତି ନିରଞ୍ଜନ ପଣ୍ଡା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୁନି କୁନି ଭାଇଭଉଣୀମାନେ ଭଲ ପାଠ ପଢିବା ସହିତ ଉତ୍ତମ ଚରିତ୍ରଗଠନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଧରିତ୍ରୀ ଖବର କାଗଜର ଜିଲ୍ଲା ସାମ୍ବାଦିକ ମାନସ ରଞ୍ଜନ ବିଶ୍ୱାଳ, ଆଇନଜୀବୀ ଭରତ କୁମାର ବେହେରା, ବିଦ୍ୟାଳୟର ଉପସଭାପତି ଅଶୋକ କୁମାର ଜେନା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ । ଏହାପରେ ପବିତ୍ର ରକ୍ଷା ବନ୍ଧନ ପ।।ଳନ ଅବସରରେ କୁନିକୁନି ପିଲାମାନେ ଅତିଥିମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ଉପସ୍ଥିତ ଅଭିଭାବକମାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାରତୀୟ ପରମ୍ପରାର ରକ୍ଷା ବନ୍ଧନର ମହତ୍ୱକୁ ପାଳନ କରିଥିଲେ । ପରେ ନିକଟସ୍ଥ ଗୃହକୁ ଯାଇ ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା, କାଳୀ ମନ୍ଦିର ପୂଜକ ଗଣେଶ୍ୱର ପତି ପଦ୍ମଲୋଚନ ସିଂ, ଅଭିଜିତ୍ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୁରୁଜୀ ରବିନ୍ଦ୍ର କୁମାର ମଲ୍ଲିକ, ଗୁରୁମା କାବେରୀରାଣୀ ବାରିକ, ଆରତୀ ଦାସ ଓ ସେବିକା ଜ୍ୟୋସ୍ନା ପାଢୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।