ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ରଜତ ଜୟନ୍ତୀ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ରୈପ୍ୟ ଜୟନ୍ତୀ ଚଳିତ ମାସ ୧୩,୧୪ ଓ ୧୫ ତିନିଧରି ମହାସମାରୋହରେ ପାଳନ କରାଯିବ ଏଥି ନିମନ୍ତେ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଛନ୍ତି । ଏହି ଅବସରରେ ଡିସେମ୍ବର ୧୨ତାରିଖ ଦିନ ଅଭିଭାବିକାମାନଙ୍କର ଏକ କଳସ ଯାତ୍ରା ସ୍ଥାନୀୟ ଗୈାରୀ ମନ୍ଦିରରୁ ବାହାରି ନଗର ପରିକ୍ରମା କରିବ । ତତ୍ ସହିତ ବିଦ୍ୟାଳୟ ପୂର୍ବ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଜ୍ୟୋତି ଶୋଭାଯାତ୍ରା ସ୍ଥାନୀୟ ରାବଣାମ୍ମା ମନ୍ଦିରରୁ ବାହାରି ସହର ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚିବେ । ଡିସେମ୍ବର ୧୩ତାରିଖ ଦିନ ବିଦ୍ୟାଳୟ ପରିସରରେ ଏକ ନବକୁଣ୍ଡୀୟ ଗାୟତ୍ରୀମହାଯଜ୍ଞ ଅନୁଷ୍ଠିତ ହେବ । ସମସ୍ତ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯିବ । ଅପରାହ୍ନରେ ନିମନ୍ତ୍ରୀତ ସାଧୁସନ୍ଥ ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ସହ ସଂଧ୍ୟାରେ ମଂଚ କାର୍ଯ୍ୟକ୍ରମ ଓ ଶିଶୁଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥୀ ଭାବେ ରାଷ୍ଟ୍ରୀୟ ସସ୍କୃତ ବିଶ୍ୱ ବିଦ୍ୟାଳୟ (ତିରୁପତି) ର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୧୪ ତାରିଖ ଦିନ ଅପରାହ୍ନ ରେ ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ପଡିଆ ଠାରେ ଏକ ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥୀ ଭାବେ ଓଡିଶାର ମହାମହିମା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତତ୍ ସହିତ ସ୍ଥାନୀୟ ସାଂସଦ , ବିଧାୟକ, ଜିଲ୍ଲାପାଲ , ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଶିକ୍ଷାଅଧିକାରୀ ଏବଂ ଶିକ୍ଷା ବିକାଶ ସମିତିର କାର୍ଯ୍ୟକର୍ତ୍ତା ମାନେ ସମ୍ମାନୀତ ଅତିଥୀରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୧୫ତାରିଖ ଶେଷ ଦିନ ଅପରାହ୍ନରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥୀ ଭାବେ ବ୍ରହ୍‌ମପୁର ବିଶ୍ୱ ବିଦ୍ୟାଳୟ କୂଳପତି ପ୍ରଫେସର ଡ.ଗୋବିନ୍ଦ ଯୋଶେଫ୍ ଚକ୍ରପାଣି ଯୋଗଦେବା ସହ ସମ୍ମାନୀତ ଅତିଥୀ ରୂପେ ଛତ୍ରପୁର ବିଧାୟକ, କବିସୂର୍ଯ୍ୟନଗର ବିଧାୟିକା , ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ବ୍ରହ୍ମପୁର) ର ଉପସଚିବ ଏବଂ ବିଦ୍ୟାଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ରାଷ୍ଟ୍ରୀୟ ମନ୍ତ୍ରୀ ଆଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏକ୍ତ ତିନି ଦିନରେ ବିଭିନ୍ନ କୃତୀ ଶିଶୁ, ଶିକ୍ଷାବିତ୍‌, କ୍ରୀଡାବିତ୍ , ସମାଜସେବୀ, ପୂର୍ବତନ ଆଚାର୍ଯ୍ୟ/ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସଂଧ୍ୟାରେ ସଭାକାର୍ଯ୍ୟ ସହ ଶିଶୁଭାଇ ଭଉଣୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି ବୋଲି ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରଜନୀକାନ୍ତ ପଟ୍ଟନାୟକ, ଉପସଭାପତି ପଦ୍ମଚରଣ ସାହୁ, ସଂପାଦକ ଟି. ଭେଙ୍କଟ କ୍ରିଷ୍ଣାୟା, କୋଷାଧ୍ୟକ୍ଷ ଏ.ରାବଣା ରାଓ, କମିଟି ସଦସ୍ୟା ବିଜୟଲକ୍ଷ୍ମୀ ରଥ ଓ ସଂଯୁକ୍ତା ଦାସ, ପ୍ରଧାନଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ, ସହ-ପ୍ରଧାନଆଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ ଓ ମନୋରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ