ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଭଞ୍ଜନଗରସ୍ଥିତ ଡିହପାଡାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୦ତମ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ଏହି ଉତ୍ସୂବରେ ଦୈନିକ ଖବର କାଗଜ ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧୀ ଜ୍ଞାନଚାନ୍ଦ ଜଗନ୍ନାଥ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥୀ ଭାବରେ ଦେବେନ୍ଦ୍ର ପ୍ରସାଦ ମିଶ୍ର ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟରେ ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଧାନା ଚାର୍ଯ୍ୟା ବୃନ୍ଦାବନ ପାଣିଗ୍ରାହୀ ଅତିଥୀମାନଙଅକୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଦୌଡ , ଗୁଳାଫିଙ୍ଗା , ଥାଳିଆ ଫିଙ୍ଗା , ଲମ୍ବ ଡିଆଁ , ଉଚ୍ଚଡିଆଁ , ତ୍ରିକୁନ୍ଦ ଇତ୍ୟାଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ସର୍ବଶ୍ରେଷ୍ଠ ଖେଳାଳୀ ଭାବରେ ଦେବକୀରମ କର , ସୁରେଶ କୁମାର ମାଝୀ , ସ୍ୱୟଂଶ୍ରୀ ବିଷୋୟୀ , ଶୁଭଶ୍ରୀ ସ୍ୱାଇଁ , ଲିପସା ରାଣୀ ପାତ୍ର , ରାଜ କୁମାର ସେଠୀ , ଟି. ଗାୟତ୍ରୀ ପାତ୍ର , ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିକାଶ କୁମାର ଗୌଡ , ଶୁସାନ୍ତ କୁମାର ବେହେରା ପରିଚାଳନା କରିଥିବା ବେଳେ ତାଙ୍କୁ ସମସ୍ତ ଗୁରୁଜି ଓ ଗୁରୁମା ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ