ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ସଦର ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ରାମଚନ୍ଦ୍ର ବିହାର ପାଖରା ସାଉଁରେ ଚୈତ୍ର କୃଷ୍ଣ ଦଶମୀ ତିଥିରେ ପାଳିତ ହୋଇଯାଇଛି ସପ୍ତମ ବାର୍ଷିକ ଉତ୍ସବ । ଏହି ଉତ୍ସବରେ ସମ୍ପାଦକ ସୁରେନ୍ଦ୍ର ନାଥ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସଭାପତି ତଥା ଫକୀର ମୋହନ ସାହିତ୍ୟ ସଂସଦର ମୁଖ୍ୟ ଡ. ଲକ୍ଷ୍‌ମୀକାନ୍ତ ତ୍ରିପାଠୀ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ରସାଳପୁର କଲେଜର ଅଧ୍ୟାପକ ସଞ୍ଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରେ ପ୍ରଧାନ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିବା ସହିତ ସଭାପତି ଶ୍ରୀ ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟଗୀତର କାର୍ଯ୍ୟକ୍ରମ ସହିତ ନାଟକ “କୁନା ହଜିଗଲା ରାଜଦାଣ୍ଡରେ” ପରିବେଷଣ କରାଯାଇଥିଲା । ଶେଷରେ ବନଲତା ଦାସ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ଅପା, ଭାଇ, ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ବିଦ୍ୟୁତ୍ ପରିଷଦର ସଦସ୍ୟ ସଦସ୍ୟା ପ୍ରଭୃତିଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ