ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଂଜନଗର ବ୍ଲକ ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟର କ୍ରୀଡା ପଡିଆ ଠାରେ ଶନିବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୁପେ କବି ସମ୍ରାଟ ଉପେନ୍ଦ୍ର ଭଂଜ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧକ୍ଷ କୁତିବାସ ବିଶ୍ୱାଳ, ସମ୍ମାନିତ ଅତିଥି ରୁପେ ବରିଷ୍ଠ ଆଇନଜୀବି ରାଜେନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ରୁପରେ ମୁଖ୍ୟ ଅତିଥି ରୂପେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ସମ୍ମାନୀତ ଅତିଥି ରୂପେ ବରିଷ୍ଠ ଆଇନଜୀବି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ମୁଖ୍ୟବକ୍ତା ରୂପେ ଡକ୍ତର ପ୍ରଦୀପ ପଟ୍ଟନାୟକ, ସେହି ବିଦ୍ୟାଳୟ ର ସଭାପତି ଉଦ୍ଧବ ମିଶ୍ର, ସମ୍ପାଦକ ଅଜୟ କୁମାର ମଲ୍ଲ, ପ୍ରଧାନ ଶିକ୍ଷୟତ୍ରି ରଶ୍ମିତା ଶତପଥି ଙ୍କ ସହିତ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରି ଏବଂ ଗାମୁଣ୍ଡି ଗ୍ରାମର କିଛି ବରିଷ୍ଠ ନାଗରିକ ଯୋଗଦେଇଥିଲେ, ଏହି ଉତ୍ସବ ରେ କୁନି କୁନି ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ନୃତ୍ୟ ସଂଗୀତ କୁ ନେଇ ଏକ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ରେ ଭାଗନେଇ ସମସ୍ତ ଙ୍କ ର ଦୃଷ୍ଟି ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ଏବଂ ଶେଷ ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ା