ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୪ତମ ସ୍ୱାଧିନତା ଦିବସ ପାଳନ
ଛତ୍ରପୁର, (ଓ୍ବାଇଏନ୍ଏସ୍):ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନିରାଡମ୍ବରରେ କୋଭିଡ ନୀୟମ ପାଳନ କରି ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ଉପସଭାପତି ପଦ୍ମଚରଣ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରଧାନଆଚାର୍ଯ୍ୟ ରବିନ୍ଦ୍ର ନାଥ ଦାଶ ଅତିଥୀ ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସରରେ ବିଦ୍ୟାଳୟର ସଭାପତି ରଜନୀକାନ୍ତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ଏହି ଦିବସ ଉପରେ ଆଲୋକପାତ କରିଥିଲେ ।