ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା ): ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୁୁରୁଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ବିଘ୍ନେଶ୍ୱର ରଥ ଯୋଗ ଦେଇ ଗୁରୁ ଓ ଶିଶ୍ୟର ସମ୍ପର୍କ ଉପରେ ମାର୍ଗ ଦର୍ଶଣ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତି ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପାଦକ ତଥା ଓଡିଶା ହାଇକୋର୍ଟର ଆଇନଜୀବି ସମ୍ପାଦକ ପଦ୍ମଚରଣ ସାହୁ, ଉପସଭାପତି ଗୀତା ପାଢି, କୋଷାଧ୍ୟକ୍ଷ ଏ. ରାବଣା ରାଓ, ସଦସ୍ୟ ଏସ୍‌. ଋାମ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବ କୋଭିଡ୍ ନିୟମ ଅନୁସାରେ ପାଳନ କରାଯାଇଥିଲା । ଶେଷରେ ବରିଷ୍ଠ ଆଚାର୍ଯ୍ୟା ସୁସ୍ମିତା ଚୈାଧୂରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ