ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଶିଶୁବାଟିକା ଶିକ୍ଷାର ଦ୍ୱିତୀୟ ସୋପାନ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ଅଭିଭାବକ ମାନଙ୍କ ପ୍ରଶିକ୍ଷଣ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ସୋପାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆୟୁର୍ବେଦ ଡାକ୍ତର ପ୍ରଭାତ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଶିଶୁ ମନ୍ଦିର ଶିକ୍ଷା ଦ୍ୱାରା ଶିଶୁ କେବେ କୁପଥଗାମୀ ହେବ ନାହିଁ ବୋଲି କହିବା ସହିତ ଶିଶୁ ମାନଙ୍କ ଦୈନନ୍ଦିନ ଜୀବନରେ ଶିଶୁଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଅଭିଭାବକ ମାନଙ୍କ ଭୂମିକା ସମ୍ପର୍କରେ କହିଥିଲେ । ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ଗୀତା ପାଢୀ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ସଦସ୍ୟା ସୁନିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଟ ଆଚାର୍ଯ୍ୟା ବି. ସୁଶୀଳା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିଶୁ ବାଟିକା ଅଭିଭାବକ ଅଭିଭାବିକା ମାନଙ୍କୁ ବିଭିନ୍ନ ପ୍ରଦର୍ଶନୀ ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ