ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରେ ଆନ୍ତର୍ଜାତୀୟ ଯୋଗ ଅଭ୍ୟାସ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରେ ଯୋଗ ଅଭ୍ୟାସ ଶିବିର ଆୟୋଜିତ ହୋଇଥିଲା I ଏହି ଶିବିରରେ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ପତାଞ୍ଚଳି ଯୋଗ ପୀଠର ଗୁରୁ ବିଘ୍ଗେଶ୍ବର ଦାସ, ପ୍ରଶିକ୍ଷକ ମୂରଲୀ ପ୍ରଧାନ, ସିସିଡି ସ୍ଵେଚ୍ଛାସେବୀ ଅନୁଷ୍ଠାନର ଜଗନ୍ନାଥ ରାଜୁ, ଅନାଦି ଚରଣ ପାଣିଗ୍ରାହୀ, ରାଧା ଚରଣ ଦାସ, ବିଦଯାଳୟର ପ୍ରଧାନ ଶିକ୍ଷକ ସରୋଜ କୁମା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଯୋଗାଅଭ୍ୟାସ ସମ୍ପର୍କରେ ସଚେତନତା କରାଇଥିଲେ l