ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ
ବେଗୁନିଆ (ଯୁଗାଦ୍ଧ ନ୍ୟୁଜ): ବେଗୁନିଆସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ୨୯ତମ ବାର୍ଷିକୋତ୍ସବ ଶନିବାର ସଂଧ୍ୟାରେ ଗୋପବନ୍ଦୁ ହାଇସ୍କୁଲ ପ୍ରାଙ୍ଗଣରେ ଶିଶୁ ମନ୍ଦିର ସଭାପତି ଭାଗୀରଥି ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫୁଲ କୁମାର ସୁବୁଦ୍ଧି ମୁଖ୍ୟ ଅତିଥି, ସୁଦର୍ଶନ ମିଶ୍ର ମୁଖ୍ୟବକ୍ତା, ଅନୁଷ୍ଠାନ ପ୍ରତିଷ୍ଠାତା ସମ୍ପାଦକ ହରିଶ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନ ସମ୍ପାଦକ ସୂର୍ଯ୍ୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ବିଜୟ କୁମାର ରଥ ବିବରଣୀ ପଠନ କରିଥିଲେ । ଶେଷରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଲୁବ୍ଧ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।