ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଓ ଅଭିଭାବିକା, ପୂର୍ବତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ । ପରିଚାଳନା କମିଟିର ସଭାପତି ଉପେନ୍ଦ୍ର ମହାନ୍ତି ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ୍ଷ ଭାବେ ଭାଗ ନେବା ସହ ଶିଶୁଙ୍କୁ ଶାରିରୀକ ବିକାଶରେ ଯୋଗର ତାତ୍ପର୍ଯ୍ୟ କହି ଉତ୍ସାହିତ କରିଥିଲେ । ସମ୍ପାଦକ ପଦ୍ମ ସାହୁ, ପ୍ରଧାନାଚାର୍ଯ୍ୟ ରବିନ୍ଦ୍ର ନାଥଦାସ, ବରିଷ୍ଟ ଆଚାର୍ଯ୍ୟ ମନୋରଞ୍ଜନ ଦାଶ, ଯୋଗ ଗୁରୁ ସୁକାନ୍ତ କୁମାର ସାହୁ ଶାରିରୀକ ଗୁରୁଜି ଚତୁର୍ଭୁଜ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଯୋଗର ବିଭିନ୍ନ ପ୍ରକାର ଆସନ କରି ତାର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।