ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ପରେିସରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଛତ୍ରପୁର ପରିସର ମଧ୍ୟରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶିକ୍ଷାବର୍ଷ ୨୦୨୧-୨୨ରେ ସରକାରୀ ବୃତି ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଦ୍ୟାଳୟର ୩ୟ ଶ୍ରେଣୀର ଭଉଣୀ ପ୍ରିୟଦର୍ଶନୀ ସାହୁ, ଅନୁବିଘ୍ନା ପାତ୍ର, ମହେଶ୍ୱର ସ୍ୱାଇଁ ଓ ସ୍ୱାଧିନ ପ୍ରଧାନ ସେହିପରି ୫ମ ଶ୍ରେଣୀରେ ଜି. ଭବେଶ ରେଡ୍ଡି, ଆଦ୍ୟାଶା ନେପାକ, ସ୍ମୃତି ଅଂଜନା ପଟ୍ଟନାୟକ ଓ ଆଦ୍ୟାଶା ସେନାପତି ଆଦିଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ସଭାରେ ମେଧାବୀ ଶିଶୁଙ୍କ ପିତା, ମାତା ଉପସ୍ଥିତ ରହିବା ସହ ବିଦ୍ୟାଳୟର ସଂପାଦକ ପଦ୍ମ ଚରଣ ସାହୁ, (ହାଇକୋର୍ଟ ଆଡ଼ଭୋକେଟ)ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ, କୋଷାଧ୍ୟକ୍ଷ ଏ. ରାବଣା ରାଓ, ଉପ ସଭାପତି ଗୀତା ପାଢୀ, ଯୁଗ୍ମ ସଂପାଦକ ଦିଲ୍ଲୀପ କୁମାର ବେହେରା, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ସଦସ୍ୟା ସୁନୀତା ସେଠୀ ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିବା ସହ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ନିହାର ରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।