ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଷ୍ଟାଡିୟମ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ ଟିପିଏସଓଡ଼ିଏଲ ର ନିର୍ବାହୀ ଯନ୍ତ୍ରୀ ଇଂ ରାଜ କିଶୋର ବଲ୍ଲଭ ଯୋଗ ଦେଇ ବାର୍ଷିକ କ୍ରୀଡ଼ାକୁ ଉଦ୍ଘାଟନ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ସଂପାଦକ ତଥା ଓଡିଶା ହାଇକୋର୍ଟର ଆଇନଜୀବୀ ପଦ୍ମ ଚରଣ ସାହୁ, ଉପସଭାପତି ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ ପ୍ରମୁଖ ଯୋଗଦେଇଥିଲେ । କ୍ରୀଡା ଆଚାର୍ଯ୍ୟ ଚତୁର୍ଭୁଜ ତ୍ରିପାଠୀ ଓ ସମସ୍ତ ଗୁରୁଜୀ , ଗୁରୁମା, ଖେଳ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଥମ ଦିନରେ କ୍ରୀଡାରେ ୨୨୫ ଜଣ ଗୁରୁଜୀ ଓ ୨୧୫ ଜଣ ଗୁରୁମାଙ୍କ ଓ ୪୪୦ ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ ।