ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୨୬ତମ ବାର୍ଷିକ କ୍ରୀଡା ଦୁଇ ଦିନିଆ ଉତ୍ସବ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଶନିବାର ବିଦ୍ୟାଳୟ ପରିସରରେ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ବିଦ୍ୟାଳୟ ର ସଭାପତି ଉପେନ୍ଦ୍ର କୁମାର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ପାଠ ସହ ଖେଳର ମଧ୍ୟ ଆବଶ୍ୟକତା ରହିଛି ବୋଲି କହିଥିଲେ l ଏହା ସହିତ ଶିଶୁ ମାନେ ପାଠ ଓ ଖେଳ ସହ ବିଭିନ୍ନ ଲକ୍ଷ୍ୟ ପଛରେ କାର୍ଯ୍ୟ କଲେ ସଫଳତା ଆପେ ଆପେ ଛୁଇଁବ l ଶିଶୁମାନେ ସଠିକ୍ ମାଧ୍ୟମରେ ପାଠ ପଢିଲେ ଜଣେ ଜଣେ ଦେଶର ସୁନାଗରିକ ହୋଇପାରିବେ ବୋଲି ସେ ପରାମର୍ଶ ଦେଇଥିଲେ l ଅନ୍ୟତମ ଆକର୍ଷଣ ତଥା ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ଓଡିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଥିବା ( ଓଏଏସ୍ ) ପାଇଥିବା ସାଳନ୍ତିକା ଶୁଭଲକ୍ଷ୍ମୀ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ସଫଳତାର ମୂଳମନ୍ତ୍ର ପ୍ରଦାନ କରିବା ସହ ପୁରୁଣା ସ୍ମୃତି ଚାରଣ କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟି ର ଉପସଭାନେତ୍ରୀ ଗୀତା ପାଢ଼ୀ ,ସମ୍ପାଦକ ତଥା ହାଇକୋର୍ଟର ଓକିଲ ପଦ୍ମଚରଣ ସାହୁ ,କୋଷାଧ୍ୟକ୍ଷ ଏ.ରାବଣା ରାଓ, ସଦସ୍ୟ ଦିଲ୍ଲୀପ କୁମାର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l କ୍ରୀଡା ଶିକ୍ଷକ ଚତୃଭୂଜ ତ୍ରିପାଠୀ ବାର୍ଷିକ କ୍ରୀଡା ଉତ୍ସଵର ବିବରଣୀ ପାଠ କରିଥିଲେ l ବରିଷ୍ଠ ଗୁରୁଜୀ ସୁରେଶ କୁମାର ଆଚାରୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ଗତ ୮ ଓ ୯ ତାରିଖ ଦୁଇଦିନ ଧରି ସ୍ଥାନୀୟ ଷ୍ଟାଡିୟମ ପରିସରରେ ବିଦ୍ୟାଳୟର ଶିଶୁ ,ବାଲ୍ ଓ କିଶୋରୀ ବର୍ଗ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହୋଇଥିଲା l ଅନୁଷ୍ଠିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଆଜି ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଛି l ଏହି ଅବସର ରେ ବିଭିନ୍ନ ବର୍ଗ ର ଦଶଜଣ ଛାତ୍ର ଛାତ୍ରୀ ଚମ୍ପିୟାନ ହୋଇଥିଲେ