ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

ନିରାକାରପୁର (ଯୁଗାବ୍ଦ ନ୍ୟୁଜ୍‍):ଚାପମୁକ୍ତ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କୁ ଉଚିତମାର୍ଗରେ ନେବା ସହିତ ଉତ୍ତମ ଶିକ୍ଷା ଗ୍ରହଣ କରିବାରେ ସହାୟ ହେବ ବୋଲି ଶନିବାର ନିରାକାରପୁର ଆର୍ଯ୍ୟ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ବିଂଶତମ ବାର୍ଷିକୋତ୍ସବରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ସଭାପତି ଉର୍ମିଳା ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ ଓ ପ୍ରଧାନାଚାର୍ଯ୍ୟା ନଳୀନ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିିଥି ଭାବେ ଓଡ଼ିଶା ଆଲିଆନସ୍ ଅନ ଛାଇଲ୍ଡରାଇଟସ୍ ସଭାପତି ଓ ପିକକ ସଂପାଦକ ରଞ୍ଜନ କୁମାର ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଗୁରୁଜୀଗୁରୁମାଙ୍କ ସହିତ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷାବିତ ଆଦରମଣୀ ବରାଳ ଓ ଜିଲ୍ଲା ଶିଶୁ ମଙ୍ଗଳ ପରିଷଦ ସଭାପତି ନୀଳକଣ୍ଠ ତ୍ରିପାଠୀ ଯୋଗଦେଇ ବହୁ ହିତୋପଦେଶ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ମୁଖପତ୍ର ଉପାୟନ ଓ ବିଦ୍ୟାମନ୍ଦିର ୱେବସାଇଟ୍ ଉନ୍ମୋଚିତ ହୋଇଥିଲା । ଅଧ୍ୟାପକ ପ୍ରାଣ୍ୱେଶ୍ୱର ଜୟସିଂହ ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ବିନୋଦ ବିହାରୀ ସେଠୀ । କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିବାସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସଭାପତି ବିଜୟ କୁମାର ଜୟସିଂହଙ୍କ ସମେତ ସମସ୍ତ ସଭ୍ୟସଭ୍ୟା, ଗୁରୁଜୀଗୁରୁମା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ