ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରଜତ ଜୟନ୍ତୀ ସମାରୋହ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହ ସ୍ମାରକୀ ସ୍ତମ୍ଭ ରବିବାର ଉଦ୍ଘାଟିତ ହୋଇଯାଇଛି । ଛତ୍ରପୁର ଉପଖଣ୍ଡ ପୁଲିସ ଅଧିକାରୀ ଉକ୍ରଳ କେଶରୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଜତ ଜୟନ୍ତୀ ସମାରୋହ ସ୍ତମ୍ଭକୁ ଉଦ୍ଘାଟନ କରିଛନ୍ତି । ଏହି ସମାରୋହରେ ଓଡିଶା ଶିକ୍ଷା ବିକାଶ ସମିତିର ସଭାପତି ଡ.ବିନାୟକ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ପରିଚାଳନା କମିଟିର ସଭାପତି ରଜନୀକାନ୍ତ ପଟ୍ଟନାୟକ, ସଂପାଦକ ଟି.ଭେଙ୍କେଟ କ୍ରିଷ୍ଣାୟା, ଉପସଭାପତି ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଏ.ରାବଣା ରାଓ, ସଦସ୍ୟା ବିଜୟଲକ୍ଷ୍ମୀ ରଥ, ପୂର୍ବତନ ସଂପାଦକ ସନ୍ତୋଷ କୁମାର ସାହୁ, ଡ.ଦୁର୍ଯ୍ୟୋଧନ ସେଠୀ, ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶଙ୍କ ସମେତ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମା, ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ବାହ୍ନରେ ଗୁରୁଜୀ ମନୋରଞ୍ଜନ ଦାଶ ଓ କୈଳାସ ଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ହୋମ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରେ ଅଭିଭାବକ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ଅନୁଷ୍ଠାନ ଛତ୍ରପୁର ଠାରେ ୧୯୯୫ ମସିହା ଠାରୁ ସ୍ଥାପିତ ହୋଇଥିଲା । ଅନୁଷ୍ଠାନର ୨୫ ବର୍ଷ ପୂରଣ ତଥା ରଜତ ଜୟନ୍ତୀ ଅବସରରେ ଅନୁଷ୍ଠାନ ପରିସରରେ ସ୍ମାରକୀ ସ୍ତମ୍ଭ ସ୍ଥାପିତ କରାଯାଇଥିଲା ।