ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଲୋକର ପର୍ବ ଦୀପାବଳୀ ପାଳିତ
ପାରଳାଖେମୁଣ୍ଡି-(ତାରିଣୀ ପ୍ରସାଦ ପଣ୍ଡା)-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ଆଲୋକର ପର୍ବ ଦୀପାବଳି ଶିଶୁ ଭାଇ ଭଉଣୀ ଙ୍କ ସହ ମିଶି ମହାଆଡମ୍ବର ସହ ପାଳନ କରାଯାଇଛି । ପ୍ରତ୍ୟେକ ବର୍ଷ ବିଦ୍ୟାଳୟ ରେ କିଛି ବିଷୟବସ୍ତୁକୁ ନେଇ ପାଳନ କରାଯାଏ । ଚଳିତ ବର୍ଷର ବିଷୟବସ୍ତୁ ଥିଲା “କାଶ୍ମୀର ହାମରା ହେ”। ଗୋଟିଏ ଦୀପ ଆମ ଦେଶର ଜବାନ ମାନଙ୍କ ଉଦ୍ଦେଶ୍ୟ ରେ ଲଗାଇବା ପାଇଁ ବିଦ୍ୟାଳୟ ର ପ୍ରଧାନ ଆଚାର୍ୟ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଶିଶୁ ଭାଇ ଭଉଣୀଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମ ରେ ପରିଚାଳନା କମିଟିର ସଦସ୍ୟଗଣ ଯଥା, ପୂଜ୍ୟ ଶ୍ରୀ ରାମାନନ୍ଦ ମହାରାଜା,ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁକାର,ଶ୍ରୀ ଯନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ରହି ଦୀପାବଳି ପର୍ବ ପାଳନର ପୌରାଣିକ କାରଣ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।