ସରସ୍ୱତୀ ଶିଶୁ ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିରର ଅଧ୍ୟକ୍ଷ ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାବେ ରାଷ୍ଟ୍ରପତି ପୁରସ୍କାର ଗ୍ରହୀତା ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ଗଣିତ ଦିବସର ତାତ୍ପର୍ଯ୍ୟ ସହିତ ଭାରତର ଶ୍ରେଷ୍ଠ ଗଣିତଜ୍ଞ ରାମାନୁଜନଙ୍କ ଗଣିତ ପ୍ରତିଭା କିଭଳି ପାଶ୍ଚାତ୍ୟ ଦେଶରେ ବିକଶିତ ହୋଇଥିଲା ତାହା ବ୍ୟକ୍ତ କରିବା ସହିତ, ରାମାନୁଜନଙ୍କ ଜୀବନୀ ଉପରେ ଆଧାରିତ ଏକ କବିତା ଆବୃତ୍ତି କରିଥିଲେ । ଶିକ୍ଷା ବିକାଶ ସମିତିର ପ୍ରାନ୍ତୀୟ କର୍ମକର୍ତ୍ତା ବ୍ରହ୍ମପୁରସ୍ଥ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସମ୍ମାନୀତ ଅତିଥି ଓ ଶିଶୁ ମନ୍ଦିରରର ଆଚାର୍ଯ୍ୟ ଦେବୀ ପ୍ରସାଦ ପଟ୍ଟନାୟକ, ମୁରଲୀ ପ୍ରଧାନ ଅନ୍ୟତମ ଅତିଥି ବାବେ ମଞ୍ଚାସୀନ ଥିଲେ । ପିଲାମାନଙ୍କ ଦ୍ୱାରା ଗଣିତ ସମ୍ପର୍କୀତ କୁଇଜ ଓ ଏକକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏଥିରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିରର ଗୁରୁଜୀ ଓ ଗୁରୁମାମାନେ ପରିଚାଳନା ଓ ସହଯୋଗ କରିଥିଲେ ।