ସରସ୍ୱତୀ ଶିଶୁ ମନ୍ଦିରରେ ସ୍ୱଚ୍ଛ , ସଡକ ସୁରକ୍ଷା ଅଭିଯାନ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ମୟୂରଭଞ୍ଜ ଜିଲ୍ଲାର ପଛୁଆ ଦୁର୍ଗମ ଆଦିବାସୀ ଅଧିଷ୍ୟୁତ ଜାମଦା ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ମନ୍ଦିରର ଚଳିତ ବର୍ଷ ରୈପ୍ୟ ଜୟନ୍ତୀ ପାଳନ ହେବାକୁ ଯାଉଛି ।ଏହି ଅବସରରେ ଶିକ୍ଷାନୁଷ୍ଠାନ ପକ୍ଷରୁ ବହୁତ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ।ସ୍ୱଚ୍ଛତା ,ପ୍ଲାଷ୍ଟିକ ବର୍ଜନ ଏବଂ ସଡକ ସୁରକ୍ଷା ଅଭିଯାନକାର୍ଯ୍ୟକ୍ରମ ।ଏହି ଉଦେଶ୍ୟରେ ସରସ୍ୱତୀ ଶିଶୁମନ୍ଦିରର କାର୍ଯ୍ୟକର୍ତ୍ତା ପ୍ରଧାନ ଗୁରୁମା,ଏବଂ ଅନ୍ୟାନ୍ୟ ଗୁରୁଜୀ,ଗୁରୁମା, ଛାତ୍ରଛାତ୍ରୀ, ଅଭିଭାବକ,ସାମାଜିକ କର୍ମି,ସ୍ବେଛାସେବୀ,ସମାଜସେବୀ ପ୍ରମୁଖ ସାମିଲ ହୋଇଥିଲେ ।ସେମାନେ ସମସ୍ତେ ଜାମଦା ଅଂଚଳର ବମ୍ବେଛକରୁ ଜାମଦା ଥାନା ପର୍ୟ୍ୟନ୍ତ ସଫେଇରେ ସାମିଲ ହୋଇଥିଲେ ।ଗୁରୂଜୀ,ଗୁରୁମା,ଛାତ୍ରଛାତ୍ରୀ ପ୍ରମୁଖ ରାସ୍ତା କୋଡର ଘାସ,ବୁଦା ସଫେଇ କରିଥିଲେ ।ତାସହ ପ୍ଲାକାର୍ଡ ଧରି ସଡକ ସୁରକ୍ଷା,ସବୁଜ ଜାମଦା ,ସୁସ୍ଥ ପରିବେଶ,ପ୍ଲାଷ୍ଟିକ ବର୍ଜନ,ହେଲମେଟ ପିନ୍ଧିବା,କାନରେ ମୋବାଇଲ ଧରି ଗାଡି ଚଳାଇବା ନାହଁ, ଗଛ ଲଗାଇବା ଇତ୍ୟାଦି ସଚେତନ ବାର୍ତ୍ତା ରାସ୍ତାର ଲୋକଙ୍କୁ ବୁଝାଇଥିଲେ ।ବିଦ୍ୟାଳୟର ପ୍ରଦାନ ଗୁରୁମା ସ୍ମିତାଟୁଡୁ,ସଂପାଦକ ଲକ୍ଷ୍ମଣ ଟୁଡୁ,ଜାମଦା ବ୍ଲକ ଅଧ୍ୟକ୍ଷା ମାଳତୀ ଆଳଦା,ସମାଜସେବୀ ବିଜୁଗୋପାଲ ଗୋପ,ବରିଷ୍ଠ ଓକିଲ ତଥା ଅନୁଷ୍ଠାନର ଉପଦେଷ୍ଟା ବଂଶୀଧର ଦାସ ,ବିର୍ସା କାଣ୍ଡେକଲ ,ଶିକ୍ଷାବିତ୍ ପରେ ନାଥ ନନ୍ଦ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସ୍ୱଚ୍ଛତା ଓ ସଡକ ସୁରକ୍ଷା ଅଭିଯାନରେ ସାମିଲ ହୋଇଥିଲେ । ସରସ୍ୱତୀ ମନ୍ଦିରର ଏଭଳି ଜନକଲ୍ୟାଣ କାର୍ଯ୍ୟକ୍ରମ କୁ ସାଧାରଣରେ ପ୍ରଶଂସା କରାଯାଇଛି ।